fbpx

ମ୍ୟାକଡୋନଲ୍ଡସ, ପିଜା ଓ ବର୍ଗର୍ କିଙ୍ଗରେ ବ୍ୟବହାର ହୁଏ ଡିଟରଜେଣ୍ଟ୍! ରିପୋର୍ଟରେ ହେଲା ଖୁଲାସା

ନୂଆଦିଲ୍ଲୀ: ଆପଣ ମାନେ ବି ଯଦି ଫାଷ୍ଟ ଫୁଡ୍ ପ୍ରିୟ ତେବେ ଏହି ଖବର ଆପଣମାନଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁସାରେ, ଫାଷ୍ଟ୍ ଫୁଡ୍ ସେବନ କରିବା ଶରୀର ପକ୍ଷେ ହାନିକାରକ ହୋଇଥାଏ । ନିକଟରେ ଏହି ଫାଷ୍ଟ ଫୁଡ୍ କୁ ନେଇ ଏକ ଅଧ୍ୟୟନ କରାଯାଇଛି । ଏଥିରେ କୁହାଯାଇଛି ଯେ, ମ୍ୟାକଡୋନଲ୍ଡସ, ପିଜା ଓ ବର୍ଗର୍ କିଙ୍ଗ୍ ଶରୀର ପ୍ରତି ଖୁବ୍ ହାନିକାରକ ହୋଇଥାଏ । ସାପ୍ତାହିକ ଜର୍ନାଲ ଅଫ୍ ଏକ୍ସପୋଜର୍ ସାଇନ୍ସ ଆଣ୍ଡ୍ ଏନଭାୟରମେଣ୍ଟାଲ୍ ଏପିଡେମିୟୋଲୋଜି ରେ ପ୍ରକାଶିତ ଏକ ଅଧ୍ୟୟନ ମୁତାବକ, ମ୍ୟାକଡୋନଲ୍ଡସ, ପିଜା ହଟ୍ ଓ ବର୍ଗର୍ କିଙ୍ଗରେ ଡିଟରଜେଣ୍ଟ୍ ବ୍ୟବହାର କରାଯାଇଥୀାଏ । ଏହି ଅଧ୍ୟୟନ ପରେ ଏହି ଫାଷ୍ଟ ଫୁଡ୍ ର ଆଉଟଲେଟ୍ସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସାପ୍ତାହିକ ଜର୍ନାଲ ଅଫ୍ ଏକ୍ସପୋଜର୍ ସାଇନ୍ସ ଆଣ୍ଡ୍ ଏନଭାୟରମେଣ୍ଟାଲ୍ ଏପିଡେମିୟୋଲୋଜିରେ ପ୍ରକାଶ ପାଇଥିବା ଅଧ୍ୟୟନରେ ମ୍ୟାକଡୋନଲ୍ଡସ, ପିଜା ହଟ୍, ଡୋମିନୋସ୍ ଓ ବର୍ଗର୍ କିଙ୍ଗ ଭଳି ଲୋକପ୍ରିୟ ରେଷ୍ଟୁରାଣ୍ଟରେ ଖାଦ୍ୟ ପଦାର୍ଥରେ ଫ୍ରାଥଲେଟ୍ସ ନାମକ ଏକ ପଦାର୍ଥ ଚିହ୍ନଟ କରାଯାଇଛି, ଯାହା ପ୍ଲାଷ୍ଟିକ୍ କୁ ନରମ ରଖିଥାଏ । ଫାଥଲେଟ୍ସର ଉପଯୋଗ ମୁଖ୍ୟ ରୂପରେ ତୈଳ ପଦାର୍ଥ, ଅଧିକ ସମୟ ଧରି ରଖିବା ପାଇଁ ପ୍ଲାଷ୍ଟିକ୍ ସହିତ ଯୋଡ଼ା ଯାଉଥିବା ପ୍ଲାଷ୍ଟିସାଇଜର୍ ରୂପରେ କରାଯାଇଥାଏ । ଏହାର ଉପଯୋଗ ଭିନାଇଲ୍ ଫ୍ଲୋରିଂ, ଲୁବ୍ରିକୋଟିଂ ଅଏଲ୍, ସାବୁନ୍, ହେୟାର୍ ସ୍ପ୍ରେ, ଲଣ୍ଡ୍ରିଂ ଡିଟରଜେଣ୍ଟ୍ ଆଦିରେ ବ୍ୟବହାର କରାଯାଏ ।

ତେବେ ଏହି ଫାଥଲେଟ୍ସର ପ୍ରଭାବ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଖୁବ୍ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଗର୍ଭବତୀ ମହିଳାଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.