ପାଣିରେ ପହଁରିବାକୁ ଯାଇଥିବା ବେଳେ ଅଭିନେତ୍ରୀ ନିଖୋଜ, ଡଙ୍ଗାରୁ ମିଳିଲା କେବଳ ୪ ବର୍ଷର ପୁଅ

0 560

ହଲିଉଡ ଅଭିନେତ୍ରୀ ନାୟା ରିଭେରାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ, ଗ୍ଲେଇ ଫେମ୍ ଅଭିନେତ୍ରୀ କାଲିଫର୍ନିଆର ହ୍ରଦ ନିକଟରୁ ନିଖୋଜ ଅଛନ୍ତି । କୌଣସି କାରଣ ବଶତଃ ସେ ପାଣି ବୁଡି ଯାଇଛନ୍ତି ବୋଲି ଆଶଙ୍କା କରାଯାଉଛି । ବୁଧବାର ଦିନ ପୋଲିସକୁ ଏକ ଡଙ୍ଗା ମିଳିଥିଲା, ଯେଉଁଥିରେ ତାଙ୍କର ୪ ବର୍ଷର ପୁର ଶୋଇଥିବାର ଦେଖିବାକୁ ମିଳିଥିଲା । ପିଲାଟି କହିଛି ଯେ, ନାୟା ପାଣି ଭିତରକୁ ଡେଇଁ ପଡିଥିଲେ, ମାତ୍ର ଆଉ ଫେରି ନଥିଲେ । ଏନେଇ ସ୍ଥାନୀୟ ଅଧିକାରୀଙ୍କ ସହାୟତାରେ ସେଠାରେ ଛାନଭିନ୍ ଆରମ୍ଭ ହୋଇଛି ।

ପୋଲିସ ଦ୍ୱାରା ଜାରି କରାଯାଇଥିବା ଷ୍ଟେଟମେଣ୍ଟ ଅନୁସାରେ, ସେମାନଙ୍କୁ ପେରୁ ହ୍ରଦରୁ ଏକ କଲ ଆସିଥିଲା । ଯେଉଁଥିରେ କୁହାଯାଇଥିଲା କି, ଜଣେ ମହିଳା ତାଙ୍କ ପୁଅ ୩ ଘଣ୍ଟା ପାଇଁ ଡଙ୍ଗା ଭଡାକୁ ନେଇଥିଲେ । କିନ୍ତୁ ୩ ଘଣ୍ଟା ପରେ ବି ସେମାନଙ୍କର କିଛି ପତ୍ତା ନମିଳିବାରୁ ଖୋଜାଖୋଜି ଆରମ୍ଭ ହୋଇଥିଲା ।

View this post on Instagram

at this point we just vibin y'all

A post shared by Naya Rivera (@nayarivera) on

Leave A Reply

Your email address will not be published.