fbpx

FY25ରେ ୮୦୦୦୦କୋଟି ଟଙ୍କା ନିବେଶ କରିବ Adani Enterprises, ଏହି ସେକ୍ଟର୍ସ ଉପରେ ରହିବ ଫୋକସ

ନୂଆଦିଲ୍ଲୀ: ଅଦାନୀ ଗ୍ରୁପର ଫ୍ଲାଗସିପ କମ୍ପାନୀ ଅଦାନୀ ଏଣ୍ଟରପ୍ରାଇଜେଜ ଚଳିତ ଆର୍ଥିକ ବର୍ଷରେ ୮୦୦୦୦ କୋଟି ଟଙ୍କାର ନିବେଶ କରିବାର ପ୍ରସ୍ତୁତି ଚଳାଇଛି । ଗୌତମ ଅଦାନୀଙ୍କ ଅଦାନୀ ଏଣ୍ଟରପ୍ରାଇଜେଜ କମ୍ପାନୀ ୨୦୨୫ ଆର୍ଥିକ ବର୍ଷରେ ନିଜର ଅନେକ ବିଜନେସରେ ନିବେଶ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । କମ୍ପାନୀ ଏକ ସିନିୟର ଏଗଜିକ୍ୟୁଟିବ ଏହି ସୂଚନା ଦେଇଛନ୍ତି । ଅଦାନୀ ଏଣ୍ଟରପ୍ରାଇଜେଜର ବିଜନେସ ରିନ୍ୟୁଏବଲ ଏନର୍ଜୀ ଠାରୁ ନେଇ ଏୟାରପୋର୍ଟ ଏବଂ ଡାଟା ସେଟର୍ସ ପରି ସେକ୍ଟରରେ ରହିଛି । କମ୍ପାନୀ ସେୟାରରେ ଗତ ଶୁକ୍ରବାର ଦିନ ୧.୧୭ ପ୍ରତିଶତ ବଢିବା ଦେଖାଦେଇଛି । ଏହି ଷ୍ଟକ ବିଏସଇ ଉପରେ ୨୭୯୯.୨୦ ଟଙ୍କାର ମୂଲ୍ୟରେ ବନ୍ଦ ହୋଇଛି ।

ଅଦାନୀ ଏଣ୍ଟରପ୍ରାଇଜେସଜର ଡେପୁଟି ଚିଫ ଅଫିସର ସୌରଭ ସାହ ଏକ ଆନାଲିସିଷ୍ଟ କଲରେ କହିଛନ୍ତି ଯେ, କମ୍ପାନୀ ଏକ ଆର୍ଥିକ ବର୍ଷ ୨୦୨୪-୨୫ର କ୍ୟାପିଟାଲ ଏକ୍ସପେଣ୍ଡିଚରର ଏକ ବଡ଼ ଭାଗ ରିନ୍ୟୁଏବଲ ଏନର୍ଜୀ ବିଜନେସ ଏବଂ ଏୟାରପୋର୍ଟ ଉପରେ ହେବ ।

ସେ କହିଛନ୍ତି ଯେ, ଆମେ ୨୦୨୪-୨୫ରେ ପାଖାପାଖି ୮୦୦୦୦ କୋଟି ଟଙ୍କାର କ୍ୟାପିଟାଲ ଏକ୍ସପେଣ୍ଡିଚର ଉପରେ ବିଚାର କରୁଛନ୍ତି । ଏଥିରେ ସେ ଏକ ବଡ଼ ଅଂଶ.. ଅନୀଲ ଏବଂ ଏୟାରପୋର୍ଟ ବିଜନେସରେ ଯିବ । ଏହି ସେକ୍ଟରରେ ହାରାହାରି ୫୦ ହଜାର କୋଟି ଟଙ୍କାର କ୍ୟାପିଟାଲ ଏକ୍ସପେଣ୍ଡିଚର ରହିବ ।

Get real time updates directly on you device, subscribe now.