fbpx
BJD SKY
BJD SKY

(Video) Groom Clicking Photo : ଫଟୋ ସୁଟ୍ ନିଶା , ଆସିଲାନି ଫଟୋଗ୍ରାଫରକୁ , ବେଦୀରେ ଫଟୋ ଉଠାଇବା ଦାୟିତ୍ୱ ନେଲେ ବର

BJD

ନୂଆଦିଲ୍ଲୀ : ଇଣ୍ଟରନେଟରେ ବର ଓ ବଧୂର ଅନେକ ରୋମାଞ୍ଚକର ଭିଡିଓ ଦେଖିବାକୁ ମିଳେ । କିନ୍ତୁ କେବେ ଆପଣ ଏମିତି ମଜାଳିଆ ଭିଡିଓ ଦେଖିନଥିବେ । ବେଦୀ ଉପରେ କର ବଧୂର ଏକ ନିଆରା ଫଟୋ ଓ ଭିଡିଓ ଫଟୋଗ୍ରାଫରମାନଙ୍କ ଦ୍ୱାରା କଏଦ ହୋଇଛି । ଯାହା ଉଭୟଙ୍କ ପାଇଁ ସର୍ବତ୍ତୋମ ବୋଲି କୁହାଯାଉଛି ।

ଯେତେବେଳେ ଫଟୋଗ୍ରାଫର ଦ୍ୱାରା କ୍ଲିକ୍ ହୋଇଥିବା ଫଟୋ ଆପଣ ପସନ୍ଦ କରନ୍ତି ନାହିଁ, ସେତେବେଳେ କ’ଣ କରିବେ । ନିଶ୍ଚତ ଭାବରେ କ୍ୟାମେରା ନେଇ ଫଟୋ ଉଠାଇବା ଆରମ୍ଭ କରିବେ । ଏହି ବିବାହ ବେଦୀରେ ଠିକ୍ ସେହିଭଳି ଘଟଣା ଘଟିଛି । ଏକ ବିବାହ ଉତ୍ସବରେ ଜଣେ ବର ତାଙ୍କ ଫଟୋଗ୍ରାଫରଙ୍କ ଉପରେ ଖୁସି ନଥିଲେ, ଯାହା ପରେ ସେ ଦାୟିତ୍ୱକୁ ନିଜ କାନ୍ଧରେ ନେଇଥିଲେ । ନିଜ ସ୍ଥାନରୁ ଉଠି ବେଦୀରେ ବସିଥିବା ନିଜ କନିଆର ଫଟୋ ଉଠାଇବାକୁ ଲାଗିଲେ । ଏଭଳି ଦୃଶ୍ୟ ଦେଖି ନିଜକୁ ଅଟକାଇ ପାରିଲେନି ସେଠାରେ ଉପସ୍ଥିତ ଥିବା ଲୋକେ । ସେମାନେ ମଧ୍ୟ ଏମାନଙ୍କର ଫଟୋ ଓ ଭିଡିଓ ସୁଟ୍ କରି ଭାଇରାଲ କଲେ ।

କିଛି ଲୋକ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ, ଫଟୋଗ୍ରାଫରକୁ ବିବାହ କଲେ ଏଭଳି ହୁଏ । ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ପସନ୍ଦ କରିଥିଲେ ମଧ୍ୟ ଅନ୍ୟ କିଛି ଲୋକ ଏହାକୁ ନାପସନ୍ଦ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.