fbpx

ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

କୋରାପୁଟ, ୧୪ା୧୨(ଓଡ଼ିଶା ଭାସ୍କର): କୋରାପୁଟ ପଟାଙ୍ଗୀରେ ସହକାରୀ କୃଷି ଅଧିକାରୀଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୃ ହୋଇଥିବା ସୂଚନା ମିଳିଛି । ସହକାରୀ କୃଷି ଅଧିକାରୀ ଗୌରହରି ବେହେରାଙ୍କ ମୃତ୍ୟୁ ହୋଇଛି । ନିଜ କ୍ୱାଟର୍ସରେ ଅଚେତ ହୋଇପଡ଼ିଥିଲେ ଗୌରହରି । କର୍ମଚାରୀ ମାନେ ଦେଖିବା ପରେ ତାଙ୍କୁ ବହୁତ ଥର ଡାକି ଥିଲେ ସେ କିଛି ଉତ୍ତର ନଦେଇଥିବାରୁ ସେମାନେ ସ୍ଥାନୀୟ ଡାକ୍ତରଖାନାକୁ ନେଇ ଯାଇଥିଲେ । ପରେ ଡାକ୍ତର ଦେଖିବା ପରେ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଘୋଷଣା କରିଥିଲେ ।

Get real time updates directly on you device, subscribe now.