fbpx

ସଲମାନଙ୍କ ଘରେ ବୋମା ! ପୋଲିସକୁ ଚିଠି ଲେଖି ଯୁବକ କହିଲା-୨ ଘଣ୍ଟାରେ ଫାଟିବ

ମୁମ୍ବାଇ,୧୪ ।୧୨: ଜଣେ ୧୬ ବର୍ଷର ଯୁବକ ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଘରେ ବୋମା ଥିବାର ଦାବି କରୁଛି । ଗାଜିୟାବାଦରେ ରହୁଥିବା ସଲମାନଙ୍କ ଆପାର୍ଟମଣ୍ଟେରେ ବମ୍ ଲାଗିଛି ବୋଲି ଏହି ବାଳକ ବାନ୍ଦ୍ରା ପୋଲିସ ଷ୍ଟେସନରେ ମେଲ ମାଧ୍ୟମରେ ଜଣାଇଛି ।

ହିନ୍ଦୁସ୍ତାନ ଟାଇମର ରିପୋର୍ଟ ମୁତାବକ, ୧୬ ବର୍ଷିୟା ଏହି ଯୁବକ ମେଲରେ ଲେଖିଛି ଯେ, ମେଲ ପଠାଇବାର ୨ ଘଣ୍ଟା ପରେ ସଲମାନଙ୍କ ବାନ୍ଦ୍ରାରେ ଥିବା ଘରେ ବମ୍ ବ୍ଲାଷ୍ଟ ହେବ । ଯଦି ଚାହୁଁଛନ୍ତି ଅଟକାଇ ଦେଖାନ୍ତୁ ।’

ଏହି ମେଲ ମୁମ୍ବାଇ ପୋଲିସକୁ ଗତ ୪ ଡିସେମ୍ବରରେ ପଠାଯାଇଥିଲା । ମେଲ ପାଇବା ପରେ ପୋଲିସ ବିଡିଡିଏସ ଟିମ୍ ସହ ସଲମାନଙ୍କ ଘରେ ପହଞ୍ଚିଥିଲେ । ଏନେଇ ସଲମାନଙ୍କ ଅର୍ପିତା ଖାନ୍, ସଲୀମ୍ ଖାନ ସୂଚନା ଦେଇଥିଲେ । ପାଖାପାଖୀ ୪ ଘଣ୍ଟା ପର୍ଯ୍ୟନ୍ତ ସଲମାନଙ୍କ ଘରେ ସର୍ଚ୍ଚ ଅପରେସନ ଚାଲିଥିଲା । କିନ୍ତୁ କିଛି ବି ମିଳିନଥିଲା ।

ମେଲ ପଠାଇଥିବା ଯୁବକ ଗାଜୟାବାଦର ବୋଲି ଯାଞ୍ଚ ପରେ ପଡିଥିଲା । ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ସମ୍ପୃକ୍ତ ଯୁବକ ଜଣକ ଫେରାର ହୋଇଯାଇଥିଲା । ପରେ ଯୁବକ ଜଣକ ବାଦ୍ରା ପୋଲିସ ଷ୍ଟେସନରେ ଆତ୍ମସର୍ମପଣ କରିବା ପରେ ତାକୁ କୋର୍ଟରେ ହାଜର କରାଯାଇଥିଲା । କିନ୍ତୁ ସେଠାରେ କିନ୍ତୁ ସେଠାରେ ଯୁବକକୁ ମୁକ୍ତ କରାଯାଇଥିଲା ।

Get real time updates directly on you device, subscribe now.