fbpx

ଇକୋ ରିଟ୍ରିଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ, ୧୪ା୧୨(ଓଡ଼ିଶା ଭାସ୍କର): ଆଜି କୋଣାର୍କ ପୁରୀ ସ୍ଥିତ କୁଶଭଦ୍ରା ନଦୀ ମୁହାଣରେ ଭାରତର ପ୍ରଥମ ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ ଉଦଘାଟନ ହୋଇଛି । ଇକୋ ରିଟ୍ରିଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏକ ମେଗା ଇଭେଣ୍ଟର ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବ୍ୟାଟେରୀ ଚାଳିତ ଗାଡ଼ିରେ ରିଟ୍ରିଟ ଟେଣ୍ଟ ରହଣି ସ୍ଥାନ ବୁଲି ଦେଖିଥିଲେ । ଏହି ରିଟ୍ରିଟରେ ପର୍ଯ୍ୟଟକ ମାନଙ୍କ ରାତ୍ରି ରହଣି ପାଇଁ ପ୍ରିମୀୟମ, ଡିଲକ୍ସ ରୟାଲ ଭିଲା, ରେସିଡ଼େଣ୍ଟଲ ସୁଟ ସମଦାୟ ୫୮ଟି ବିଳାଶପୂର୍ଣ୍ଣ ଟେଣ୍ଟ ରହିଛି । ପର୍ଯ୍ୟଟକମାନଙ୍କ ପାଇଁ ବିଚ ମାର୍କେଟ, ଫୁଡ଼ କୋର୍ଟ, କଲଚରାଲ ଷ୍ଟେଜ, ଭିଆଇପି ଗ୍ୟାଲେରୀ ଏହିପରି ବହୁତ କିଛି ରହିଛି । ପ୍ରଥମ ଦିନରେ ୨୨ଟି ଟେଣ୍ଟ ବୁକିଙ୍ଗ ହୋଇଥିବା ସୂଚନା ମିଳିଛି । ସେଠାରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପର୍ଯ୍ୟଟନ ସଚିବ ବିଶାଳ ଦେବ ପ୍ରମୁଖ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଇକୋ ରିଟ୍ରିଟର ପ୍ରଥମ ସନ୍ଧ୍ୟାରେ ୟୁଫୋରିଆ ବ୍ୟାଣ୍ଡ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି ।

Get real time updates directly on you device, subscribe now.