fbpx

ଯେତେ କାଢ଼ିଲେ ବି ସରୁନି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା!

ପାଟଣାଗଡ଼, ୧୪ା୧୨(ଓଡ଼ିଶା ଭାସ୍କର): ପାଟଣାଗଡ଼ ତେଣ୍ଡାପଦରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ସେଠାରେ ଆକାଉଣ୍ଟରେ ଟଙ୍କା ନଥାଇ ମଧ୍ୟ ଖାତାଧାରୀମାନେ ଲକ୍ଷ ଲକ୍ଷ ଟଙ୍କା ଉଠାଇଛନ୍ତି । ଏହି କାର୍ଯ୍ୟକ୍ରମ ଜାନୁଆରୀ ୩୧ଯାଏଁ ଚାଲୁ ରହିବ । ସିଆଲବନ୍ଧ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କିଓ-ସ୍କୋରୁ ଟଙ୍କା ଉଠାଯାଇଥିବା ସୂଚନା ମିଳିଛି । ଖାତାଧାରୀ ଟଙ୍କା ଉଠାଇବା ପରେ ଆପେ ଆପେ ପୁଣିଥରେ ଟଙ୍କା ଜମା ହୋଇଯାଉଥିଲା । ଏନେଇ ଏକାଧିକ ଖାତାଧାରୀ ଖୁସିରେ ଲକ୍ଷ ଲକ୍ଷ ଟଙ୍କା ଉଠାଇଥିଲେ । ଆଜି ସେକେଣ୍ଡ ସଟରଡ଼େ ହୋଇଥିବାରୁ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ବ୍ୟାଙ୍କ ସର୍ଭରରେ ତ୍ରୁଟି ଥିବା ନେଇ ଏପରି ହେଉଥିବା ସନ୍ଦେହ କରାଯାଉଛି । ମୋଦି ସରକାର ଟଙ୍କା ପଠାଇଥିବା ଭାବି ଲୋକମାନେ ଟଙ୍କା ଉଠାଇ ଚାଲିଥିଲେ ।

Get real time updates directly on you device, subscribe now.