fbpx

ନାଗରିକତା ସଂଶୋଧନ ଆଇନକୁ ନେଇ ଆସାମର ୧୦ଜିଲ୍ଲାରେ ଇଣ୍ଟରନେଟ ବନ୍ଦ

ଆସାମ,୧୪ା୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ଆସାମରେ ହିଂସାକାଣ୍ଡ ଦେଖା ଦେଇଛି । ଏନେଇ ଆସାମର ୧୦ଜିଲ୍ଲାରେ ସୋମବାର ସକାଳ ଯାଏଁ ଇଣ୍ଟରନେଟ ସେବା ବନ୍ଦ ହୋଇଛି । ୧୦ଜିଲ୍ଲାଗୁଡ଼ିକ ହେଉଛି ଲକ୍ଷ୍ମୀପୁର, ତିନସୁକିଆ, ଢ଼େମାଜି, ଦିବ୍ରୁଗଡ଼, ଚରାଇଦେଓ, ଶିବସାଗର, ଜୋରହଟ, ଗୋଲାଘାଟ ଓ କାମରୂପ । ଏହି ସୁବ ଜିଲ୍ଲାରେ ଇଣ୍ଟରନେଟ ସେବାକୁ ବନ୍ଦ ରଖାଯାଇଛି ।

ସେହିପରି ପଶ୍ଚିମବଙ୍ଗରେ ମଧ୍ୟ ଆନ୍ଦୋଳନକାରୀଙ୍କ ବିକ୍ଷୋଭ ଯୋଗୁଁ ଟ୍ରେନ ସେବା ପ୍ରଭାବିତ ହୋଇଛି । ବିଭିନ୍ନ ରେଳ ଷ୍ଟେସନରେ ଜଳାପୋଡ଼ା, ଭଙ୍ଗାରୁଜା ଓ ଅବରୋଧ ମଧ୍ୟ ହୋଇଥିଲା । ଏନେଇ କେତେକ ଟ୍ରେନକୁ ବାତିଲ ମଧ୍ୟ କରାଯାଇଛି ।

Get real time updates directly on you device, subscribe now.