fbpx

(Video) ସସପେଣ୍ଡ ହେଲେ ଅତିରିକ୍ତ ଥାନା ଅଧିକାରୀ: ଲାଞ୍ଚ ନେବାବେଳେ ଗୋଡ଼ାଇ ଗୋଡ଼ାଇ ଧରିଥିଲା ଭିଜିଲାନ୍ସ

ଉମରକୋଟ(ଓଡ଼ିଶା ଭାସ୍କର): ଉମରକୋଟ ଅତିରିକ୍ତ ଥାନା ଅଧିକାରୀ ବା ଆଇଆଇସି ହେଲେ ସସପେଣ୍ଡ । ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ ସସପେଣ୍ଡ ହୋଇଥିବା ସୂଚନା ମିଳିଛି । ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଲିମରାଜ । ମିଳିଥିବା ସୂଚନା ଅନୁସାରେ, ଅତିରିକ୍ତ ଆଇଆଇସି ଲିମରାଜଙ୍କୁ ସସପେଣ୍ଡ କରିଛନ୍ତି ଡିଜିପି । ଗତ ସୋମବାର ଦିନ ଭିଜିଲାନ୍ସ ଜାଲରେ ସେ ଧରାପଡିଥିଲେ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଲିମରାଜଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ।

ତେବେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ନେତୃତ୍ୱ ରେ ମାଲକାନଗିରି ଭିଜିଲାନ୍ସ ବିଭାଗର ମିଳିତ ଭାବରେ ନଳିନୀ କାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଉମରକୋଟ ଥାନା ଠାରୁ ଅଳ୍ପ କିଛି ଦୂର ସ୍ଥାନରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲିମରାଜ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ କାବୁ କରିଥିଲେ । ଠିକ ଏହି ସମୟରେ ଭିଜିଲାନ୍ସ କୁ ଚକମା ଦେଇ ପ୍ରଧାନ ଦୌଡ଼ି ଦୌଡ଼ି ଖସି ଯିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମାଲକାନଗିରି ଭିଜିଲାନ୍ସ ଡି.ଏସ.ପି ସୁଶାନ୍ତ କୁମାର ବିଶ୍ଵାଳ ତାଙ୍କୁ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲେ । ଏହି ଟିମ୍ ରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗ ର ୧୪ ଜଣ ଅଧିକାରୀ ସାମିଲ ରହିଥିଲେ ।

ପ୍ରଧାନଙ୍କ ସରକାରୀ ବାସ ଭାବନକୁ ଯାଞ୍ଚ କରାଯାଇଥିଲା ଏହି ସମୟରେ ୨୩,୦୦୦ /- (ତେଇସି ହଜାର ଟଙ୍କା) ନଗଦ ମିଳିଥିଲା। ସମସ୍ତ ଆସବା ରାତି ୧୧ଟା ସମୟରେ ପ୍ରଧାନଙ୍କୁ ଗିରଫ କରି ନବରଙ୍ଗପୁର ନିଆ ଯାଇଛି ତଦନ୍ତ ସରିବା ପରେ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି। କିଛି ଦିନ ପୂର୍ବରୁ ଲିମରାଜ ପ୍ରଧାନ ଖାତୀଗୁଡ଼ା ଥାନାକୁ ବଦଳି ହୋଇଥିଲା ।

Get real time updates directly on you device, subscribe now.