fbpx
BJD
BJD SKY
BJD SKY

SC-ST ବିଭାଗ ପକ୍ଷରୁ ସୂଚନା: ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା

ନୂଆଦିଲ୍ଲୀ: ଆସନ୍ତା ୨୬ ତାରିଖରୁ ରାଜଧାନୀ ଭୁବନେଶ୍ୱର ସ୍ଥିତ ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ଫେବୃଆରୀ ମାସ ୫ ତାରିଖ ପର୍ଯ୍ୟନ୍ତ ୧୧ ଦିନ ଧରି ଚାଲିବ ଏହି ମେଳା । ଏହି ମେଳାରେ ରାଜଧାନୀବାସୀ ଗାଁ ମାଟିର ମହକକୁ ପାଇବାର ସୁଯୋଗ ପାଇବେ । ଏନେଇ ରାଜ୍ୟ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ବିଭାଗୀୟ ସୂତ୍ର ମୁତାବକ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ୨୨ଟି ସମନ୍ୱିତ ଆଦିବାସୀ ବିକାଶ ସଂସ୍ଥା, ୧୭ଟି ସୂକ୍ଷ୍ମ ପରିଯୋଜନା କ୍ଷେତ୍ର ଦ୍ୱାରା ଏହି ଆୟୋଜନ କରାଯିବ । ମେଳାରେ ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା ଓ ହସ୍ତଶିଳ୍ପର ଷ୍ଟଲ ରହିବ । ଏଥର ମେଳାରେ ଲାଞ୍ଜିଆ ସୌରା, ବଣ୍ଡା, ଚକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ମୁଣ୍ଡା, ଗଡ଼ବ, ଡଙ୍ଗରିଆ କନ୍ଧ, କୁଟିଆ କନ୍ଧ, ସାନ୍ତାଳୀ, ପାଉଡ଼ି ଭୂୟାଁ, ଖରିଆ ଓ ମାଙ୍କିଡ଼ିଆ ଆଦି ଜନଜାତି ସମ୍ପ୍ରଦାୟର ସଦସ୍ୟମାନେ ଯୋଗଦେବେ ।

୧୧ ଦିନ ଧରି ଏହି ମେଳାରେ ପାରମ୍ପରିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ୩୯ଟି ସାଂସ୍କୃତିକ ଗୋଷ୍ଠୀ ଆଦିବାସୀ ନୃତ୍ୟ ପରିବେଷଣ କରିବେ । ଏଥିସହିତ ବିଭାଗ ଦ୍ୱାରା ନାଟକ ମଧ୍ୟ ମଞ୍ଚସ୍ଥ ହେବ । ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ସର୍ବସାଧାରଣଙ୍କ ପାଇଁ ଚାଲିବ । ଏହି ମେଳାରେ ରାଜଧାନୀ ବାସିନ୍ଦା ପୁରପଲ୍ଲୀର ମହକକୁ ଅଙ୍ଗେ ନିଭେଇ ପାରିବେ । ପାରମ୍ପରିକ ଆଦିବାସୀ ହାଟ, ଆଦିବାସୀ କଳା, ହସ୍ତଶିଳ୍ପର ଷ୍ଟଲରେ ଚକୁଳି, କାଠ ଚୁଲି ତିଆରି ମଣ୍ଡା, ଆରିଠା ପିଠା ଦର୍ଶକଙ୍କୁ ଆକର୍ଷିତ କରିବ । ଏଥିସହିତ ଲୋକମାନେ ଗୋଟିଏ ସ୍ଥାନରେ ଖାଦ୍ୟପେୟ ଓ ସଂସ୍କୃତିକୁ ଉପଭୋଗ କରିବା ସହିତ ବିଭିନ୍ନ ପ୍ରକାରର ସାମଗ୍ରୀ କିଣି ପାରିବେ ।

Get real time updates directly on you device, subscribe now.