fbpx

ବର୍ଷ ବର୍ଷ ଧରି ଲାଗି ରହିଥିବା ଋଣକୁ ଦୂର କରିବା ପାଇଁ ଆପଣାନ୍ତୁ ବାବା ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏହି ୩ଟି ଉପାୟ

Advertisement

ଓଡ଼ିଶା ଭାସ୍କର: ହିନ୍ଦୁ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ ହୋଇଥାଏ। ସେହି ବିଶେଷ ଦିନରେ ସେହି ଦେବତାଙ୍କୁ ପୂଜା କରିବା ଦ୍ୱାରା ଜୀବନର ଦୁଃଖ ଦୂର ହୋଇଥାଏ ଏବଂ ଭଗବାନଙ୍କ ଆଶୀର୍ବାଦ ମିଳିଥାଏ । ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ଏହି ଦିନ ଚନ୍ଦ୍ର ଦେବଙ୍କୁ ପୂଜା କରିବା ଦ୍ୱାରା ଜନ୍ମ ଜାତକରେ ଚନ୍ଦ୍ରର ସ୍ଥିତି ମଧ୍ୟ ମଜବୁତ ହୋଇଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ଭଗବାନ ଶିବଙ୍କ ମନ୍ଦିରକୁ ଯାଇ ଶିବଲିଙ୍ଗରେ ଜଳ କିମ୍ବା କ୍ଷୀର ଅଭିଷେକ କଲେ ଶୁଭ ଫଳ ମିଳିଥାଏ। ଏହି ଦିନ ଆଉ କିଛି ବିଶେଷ ଉପାୟ ଅବଲମ୍ବନ କଲେ ବ୍ୟକ୍ତି ସବୁଦିନ ପାଇଁ ଋଣରୁ ମୁକ୍ତି ପାଇବେ। ସୋମବାର ଦିନ ଧୀରେନ୍ଦ୍ର ଶାସ୍ତ୍ରୀ ଙ୍କ ଦ୍ୱାରା କୁହାଯାଇଥିବା ଏହି ୩ଟି ଉପଚାର ଆପଣଙ୍କ ସାଧାରଣ ସମସ୍ୟାର ସମାଧାନ କରିପାରେ।

*ଯଦି ଆପଣ ମଧ୍ୟ ଘରେ ସୁଖ ଶାନ୍ତି ବଜାୟ ରଖିବାକୁ ଚାହୁଁଛନ୍ତି ଏବଂ ଋଣରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ସୋମବାର ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସାରି ଭଗବାନ ଶିବଙ୍କ ପୂଜା କରନ୍ତୁ। ଏଥିସହ ଗାଈ କ୍ଷୀରରେ ଶିବଲିଙ୍ଗକୁ ଅଭିଷେକ କରନ୍ତୁ। ଏପରି କରିବା ଦ୍ୱାରା ଆପଣ ଯେତେ ଶୀଘ୍ର ସମ୍ଭବ ଋଣରୁ ମୁକ୍ତି ପାଇବେ ।

*ଏଥିସହିତ ଯଦି ଆପଣ ଋଣରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ସୋମବାର ୧୧ଟି ପାନ ପତ୍ର, ଭଗବାନ ରାମଙ୍କ ନାମ ଓ ଆପଣଙ୍କ ନାମ ଲେଖନ୍ତୁ। ଏହାପରେ ଯେ କୌଣସି ମନ୍ଦିରକୁ ଯାଇ ଏହି ପତ୍ରକୁ ଭଗବାନ ଶିବଙ୍କୁ ସମର୍ପଣ କରନ୍ତୁ । ବାବ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ କହିବା ଅନୁଯାୟୀ, ଏହି ଉପଚାର କରିବା ପରେ ବ୍ୟକ୍ତି ଶୀଘ୍ର ଋଣରୁ ମୁକ୍ତି ପାଇବେ।

*ଋଣରୁ ମୁକ୍ତି ପାଇବା ପାଇଁ ସୋମବାର ପାନର ୫ଟି ପତ୍ର ନିଅନ୍ତୁ। ଏହି ପତ୍ରରେ ମହୁ ଲଗାଇ ଭଗବାନ ରାମଙ୍କ ନାମ ଲେଖନ୍ତୁ । ଏହାପରେ ଏହି ସବୁ ପତ୍ରକୁ ମନ୍ଦିରରେ ଦାନ କରିଦିଅନ୍ତୁ। ନିୟମିତ ଏହି ସବୁ ପଦକ୍ଷେପ ଗ୍ରହଣ କରାଗଲେ ଶୀଘ୍ର ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଓ ବ୍ୟକ୍ତିର ଅସୁବିଧା ଦୂର ହୋଇଥାଏ।

Get real time updates directly on you device, subscribe now.