fbpx

ଏଥର Father’s Dayରେ ନିଜ ବାପାଙ୍କୁ ଗିଫ୍ଟ କରନ୍ତୁ ଏହି ହେଲଥ ଡିଭାଇସ, ମିଳିବ ଫାଇଦା, ଦେଖନ୍ତୁ ଲିଷ୍ଟ

Advertisement

ଓଡ଼ିଶା ଭାସ୍କର: ସାରା ବିଶ୍ୱରେ ପିତାଙ୍କ ମହତ୍ତ୍ୱକୁ ବୁଝାଇବା ପାଇଁ ପିତୃ ଦିବସ ପାଳନ କରାଯାଇଥାଏ । ଦୁନିଆରେ ସର୍ବପ୍ରଥମେ ଫାଦର୍ସ ଡେ ପଶ୍ଚିମ ଭିର୍ଜିନିଆର ଫେୟାରମୋଣ୍ଟରେ ୧୯ ଜୁନ ୧୯୧୦ରେ ପାଳନ କରାଯାଇଥିଲା । ସେବେଠାରୁ ଏପର୍ଯ୍ୟନ୍ତ ଫାଦର୍ସ ଡେ ଜୁନ ମାସର ତୃତୀୟ ରବିବାର ଦିନ ପାଳନ କରାଯାଇଥାଏ । ଏଥର ୧୬ ଜୁନରେ ପିତୃ ଦିବସ ପଡୁଛି । ଯଦି ଆପଣ ଏହି ଦିନ ନିଜ ବାପାଙ୍କ ପାଇଁ କିଛି ଖାସ ଗିଫ୍ଟ ଆଣିବାକୁ ଚାହୁଁଛନ୍ତି ତେବେ ତଳେ ଦିଆଯାଇଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗିଫ୍ଟ ପ୍ରଦାନ କରନ୍ତୁ ।

ହାର୍ଟ ରେଟ ମନିଟର: ଏହା ସାହାଯ୍ୟରେ ଆପଣ ମେଡିକାଲ ଗାଜଟେର ସାହାଯ୍ୟରେ ହାର୍ଟ ରେଟ, ଅକ୍ସିଜେନ ଲେବଲ, କ୍ୟାଲୋରୀ ବର୍ନ ବିଷୟରେ ଜାଣିପାରିବେ ।

ପାନିକ ବଟନ: ଯଦି ଆପଣଙ୍କ ବାପା ଠିକ ଭାବେ ଚାଲି ପାରୁନାହାନ୍ତି ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଗିଫ୍ଟ ହେବ । ଏହା ସାହାଯ୍ୟରେ ଆପଣଙ୍କ ବାପା ଯେଉଁଠାରେ ଥିଲେ ସୁଦ୍ଧା ଜରୁରୀକାଳୀନ ପରିସ୍ଥିତିରେ ସେ ଆପଣଙ୍କୁ କିମ୍ବା ପରିବାର ସଦସ୍ୟଙ୍କୁ ଡାକି ପାରିବେ ।

ବ୍ଲଡ ପ୍ରେସର ମନିଟର: ଏହି ଗିଫ୍ଟ ଦେବା ଦ୍ୱାରା ଆପଣଙ୍କ ବାପା ବାରମ୍ବାର ଡାକ୍ତରଙ୍କ ପାଖକୁ ଯିବାରୁ ମୁକ୍ତି ପାଇବେ । ଏହି ଗେଜେଟ ଆପଣଙ୍କୁ ସହଜରେ ୨୦୦୦ ଟଙ୍କାରେ ମିଳିଯିବ ।

ପିଲ୍ସ ଡିସସ୍ପେନ୍ସର: ଯଦି ଆପଣଙ୍କ ବାପା ଆପଣଙ୍କ ବାପା ଅସୁସ୍ଥ ସମୟରେ ଔଷଧ ଖାଇବାକୁ ଭୁଲିଯାଉଛନ୍ତି ତେବେ ଏହା ବେଷ୍ଟ ଅପସନ । ଏହା ସାହାଯ୍ୟରେ ଭିନ୍ନ ଭିନ୍ନ ସମୟରେ ଡିସ୍ପେନ୍ସର ଆପଣଙ୍କ ବାପାଙ୍କୁ ଔଷଧ ଦେବାରେ ସହଯୋଗ କରିବ ।

Get real time updates directly on you device, subscribe now.