fbpx

ଲାଇଭ୍ ସେକ୍ସ ଦେଖିବା ପଡ଼ିଲା ମହଙ୍ଗା, ହ୍ୟାକର୍ସଙ୍କ ଜାଲରେ କୋଟି କୋଟି ୟୁଜର

ନୂଆଦିଲ୍ଲୀ: ଯଦି ଆପଣ ଇଣ୍ଟରନେଟ୍ ୟୁଜର ଏବଂ ପର୍ଣ୍ଣ ଦେଖିବା ପାଇଁ ଆଡଲ୍ଟ ୱେବସାଇଟକୁ ଯାଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଆପଣଙ୍କ ପର୍ସନାଲ ଡିଟେଲ୍ସ ଏବଂ ଡାଟା ହ୍ୟାକର୍ସଙ୍କ ନିକଟକୁ ପହଞ୍ଚିବାର ଅନେକ ସମ୍ଭାବନା ରହିଛି । ଅନେକ କ୍ଷେତ୍ରରେ ହ୍ୟାକର୍ସମାନେ ଏପରି ଡାଟା ଲିକ୍ ମଧ୍ୟ କରିସାରିଛନ୍ତି । ଆଡଲ୍ଟ ଲାଇଭ୍ ଷ୍ଟ୍ରିମିଂ ୱେବସାଇଟ୍ କ୍ୟାମ୍‌୪ ଏକ ଆଡ଼ଲ୍ଟ ୱେବସାଇଟ୍ ଯାହା ଫ୍ରି ଲାଇଭ୍ ସେକ୍ସ କ୍ୟାମ୍ ପାଇଁ ଆଡଭରଟାଇଜ୍ କରିଥାଏ । ସାଇବର ସିକ୍ୟୁରିଟି ରିସର୍ଚ୍ଚରମାନେ ନିଜ ନୂତନ ରିପୋର୍ଟରେ କହିଛନ୍ତି ଯେ, ଏହି ୱେବସାଇଟର ଲକ୍ଷ ଲକ୍ଷ ୟୁଜର୍ସଙ୍କ ଡାଟା ହ୍ୟାକର୍ସଙ୍କୁ ମିଳିସାରିଛି ।
ଦ ନେକ୍ସଟ୍ ୱେବର ରିପୋର୍ଟ ଅନୁସାରେ ଲିକ୍ ହୋଇଥିବା ଡାଟାରେ ୟୁଜରଙ୍କ ନାମ, ଇମେଲ୍‌, ପେମେଣ୍ଟ ଡିଟେଲ, ଆଇପି ଆଡ୍ରେସ୍ ଓ ବାର୍ତ୍ତାଳାପର ଡାଟା ରହିଛି । ରିସଚ୍ଚର୍ସ କହିଛନ୍ତି ଯେ, ଲିକ୍ ଡାଟାବେସ୍‌ର ସାଇଜ୍ ୭ଟିବି (୭ହଜାର ଜିବି) । ସିକ୍ୟୁରିଟି ଡିଟେକ୍ଟିଭ୍ ରିସର୍ଚ୍ଚ ଟିମର ସିନିୟର ରିସର୍ଚ୍ଚର ଅନୁରାଗ ସେନ୍ କହିଛନ୍ତି ଯେ, ଏହି ଡାଟାବେସ୍‌ରେ ୧୦.୮୮ ବିଲିଅନ୍ (୧.୮୮ ହଜାର କୋଟି) ରେକର୍ଡ ରହିଛି । ଏଗୁଡ଼ିକ ମଧ୍ୟରେ ସର୍ବର ଲଗ୍‌, ପାସୱାର୍ଡ, କଷ୍ଟମର ଇନ୍‌ଫର୍ମେସନ୍ ସାମିଲ ଅଛି । ଏହି ଡାଟା ଲଗ୍ ଚଳିତ ବର୍ଷ ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହୋଇଛି ।
ଋିସର୍ଚ୍ଚ ଟିମକୁ ଏହାମଧ୍ୟରୁ ୧.୧ କୋଟି ଇମେଲ୍ ଆଇଡ଼, ୨.୬ କୋଟି ପାସୱାର୍ଡ, ଅନେକ କୋଟିର ଏପରି ମେଲ୍ ମିଳିଥିଲା ଯେଉଁଥିରେ ୟୁଜରଙ୍କ ପୁରା ନାମ, କ୍ରେଡ଼ିଟ୍ କାର୍ଟ ଟାଇପ୍ ଏବଂ ପେଡ୍ ଆମାଉଣ୍ଟ ଡିଟେଲ ସାମିଲ ଅଛି । ଡାଟାବେସରେ ରିସର୍ଚ୍ଚରଙ୍କୁ ୟୁଜରଙ୍କ ୟୁଜରନେମ୍‌, ଜେଣ୍ଡର ପ୍ରିଫରେନ୍ସ, ସେକ୍ସୁଆଲା ଓରିଏଣ୍ଟେସନ୍‌, ଆଇପି ଆଡ୍ରେସ, ଡିଭାଇସ୍ ଇନଫର୍ମେସନ, ଇମେଲ ଡିଟେଲ୍ସ ଏବଂ କ୍ୟାମ୍‌୪ରେ କରାଯାଇଥିବା କଥାବାର୍ତ୍ତାର ଚାଟ୍ ଟ୍ରାନ୍ସସ୍କ୍ରିଫ୍ଟ ମଳିଛି ।
ସାଇବର କ୍ରିମିନାଲ୍ସ ଏହି ଡାଟାକୁ ଫିସିଂ ଆଟାକ୍ ଏବଂ ସାଇବର ଏକକ୍ସଟର୍ସନ ପାଇଁ ବ୍ୟବହାର କରିଥାନ୍ତି । ରିସର୍ଚ୍ଚରଙ୍କୁ ଏହି ଡାଟା ଲିକ୍ ସମ୍ପର୍କରେ ଜଣାପଡ଼ିଯାଇଛି କିନ୍ତୁ ହ୍ୟାକର୍ସ ଏହି ଡାଟାକୁ ଭୁଲ୍ ରାସ୍ତାରେ ବ୍ୟବହାର କରିଛନ୍ତି କି ନାହିଁ ତାହା ଜଣାପଡ଼ି ନାହିଁ ।

Get real time updates directly on you device, subscribe now.