fbpx

ଜିଭ, ନାକ କାଟି ନିଜକୁ ଡ୍ରାଗନ କହୁଛନ୍ତି ଏହି ମହିଳା

ଦୁନିଆରେ ବହୁ ଲୋକ ଏପରି ଅଛନ୍ତି ଯେଉଁମାନେ କିଛି  ଅଲଗା କରି ଦେଖାଇବାକୁ ସଉକ ରଖିଥାନ୍ତି । କିନ୍ତୁ ଇଛାଶକ୍ତି ବେଳେବେଳେ ଜୀବନ ପ୍ରତି ବିପଦ ହୋଇଥାଏ । କିଛି ଲୋକ ନିଜ ସଉକ ପୁରଣ କରିବାକୁ ସବୁ ସୀମା ଅତିକ୍ରମ କରିଥାନ୍ତି ଓ ପ୍ରସିଦ୍ଧ ହୋଇଥାନ୍ତି । ଏପରି ଜଣେ ମହିଳା ନିଜ ସଉକ ପୂରଣ କରିବାକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଲେ । ଟାୟମୈଟ ଲିଜନ ମେଡୁସା ନାମକ ମହିଳା କସମେଟିକ୍ ସର୍ଜରୀ ଓ ଶରୀର ପରିବର୍ତ୍ତନ କରିବା ପାଇଁ ୬୧ ହଜାର ପାଉଣ୍ଡ ଖର୍ଚ୍ଚ କରିଛନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି କି, ଟାୟମୈଟ ନିଜର ସବୁ ଟଙ୍କା କାଷ୍ଟ୍ରେସନ, କାନ ହଟାଇବା, ଜିଭକୁ ଅଧାରୁ କାଟିବା, ଶିଙ୍ଗ ଉଠାଇବା ଆଦିରେ ଖର୍ଚ୍ଚ କରିଛନ୍ତି । ଏକ ଡ୍ରାଗନ୍ ପରି ଦେଖାଯିବାକୁ ସେ ଏପରି କରିଛନ୍ତି । ବର୍ତ୍ତମାନ ସେ ‘ଡ୍ରାଗନ୍ ଲେଡି’ ନାମରେ ଜଣାଶୁଣା ।

Get real time updates directly on you device, subscribe now.