fbpx

ଚାଇନା ମୋବାଇଲ ବ୍ରାଣ୍ଡକୁ ନେଇ ମିଲେଟ୍ରି ଏଜେନ୍ସିର ଆଡଭାଇଜରୀ: ଫୋନ ପରିବର୍ତ୍ତନ ପାଇଁ ସେନାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଲଏସିକୁ ନେଇ ଭାରତ-ଚୀନ ଭିତରେ ଲାଗି ରହିଛି ତିକ୍ତତା । ଏହା ମଧ୍ୟରେ ଡ୍ରାଗନକୁ ଚକମା ଦେବା ପାଇଁ ଜାଲ ବିଛାଇଛି ଭାରତର ସେନା ଏଜେନ୍ସି । ଭାରତୀୟ ସେନା ବ୍ୟବହାର କରୁଥିବା ଚାଇନା ମୋବାଇଲର ବ୍ୟବହାର ବିରୁଦ୍ଧରେ ମିଲେଟ୍ରି ଏଜେନ୍ସି ଏକ ଆଡଭାଇଜରୀ ଜାରୀ କରିଛି । ଏଥିପାଇଁ ଭାରତୀୟ ସେନା ବ୍ୟବହାର କରୁଥିବା ଚାଇନା ମୋବାଇଲ ବ୍ରାଣ୍ଡକୁ ପରିବର୍ତ୍ତନ କରିବା ପାଇଁ ଏଜେନ୍ସି ତରଫରୁ ଅପିଲ କରାଯାଇଛି । ଏହି ତାଲିକାରେ ଡ୍ରାଗନର ମୋଟ ୧୧ଟି ମୋବାଇଲ ବ୍ରାଣ୍ଡ ସାମିଲ ରହିଛି ।

ସୂଚନା ଅନୁସାରେ, ଭାରତୀୟ ମାର୍କେଟରେ ବହୁ ପରିମାଣରେ ବ୍ୟବହାର ହେଉଥିବା ୧୧ଟି ବ୍ରାଣ୍ଡର ମୋବାଇଲ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ଭାରତୀୟ ସେନା ଏଜେନ୍ସି । ଏହି ୧୧ଟି ବ୍ରାଣ୍ଡର ମୋବାଇଲ ମଧ୍ୟରେ ୱାନପ୍ଲସ, ଓପୋ ମୋବାଇଲ ଏବଂ ରିୟଲମି ଭଳି ଅନ୍ୟାନ୍ୟ କମ୍ପାନୀ ମଧ୍ୟ ସାମିଲ ରହିଛି । ସେନା ଏଜେନ୍ସି ଦ୍ୱାରା ଜାରି ହୋଇଥିବା ଏହି ଆଡଭାଇଜରୀରେ କୁହାଯାଇଛିଯେ, ‘ସେନା ଏବଂ ସେମାନଙ୍କ ପରିବାରକୁ ଭାରତ ପାଇଁ ଶାନ୍ତିପୂର୍ଣ୍ଣ ପ୍ରବୃତି ରଖିବା ପାଇଁ ସ୍ୱଦେଶୀ ମୋବାଇଲ ଫୋନ କିଣିବା ସହ ବ୍ୟବହାରକୁ ଗୁରୁତ୍ୱ ଦେବା ପାଇଁ କୁହାଯାଇଛି ।

ଉଲେଲଖ୍ୟଯୋଗ୍ୟ ଯେ, ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଏହି ନିୟମ ଅନେକ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନି । ସମସ୍ତେ ଚୀନରେ ପ୍ରସ୍ତୁତ ମୋବାଇଲ ଦ୍ୱାରା ହେଉଥିବା ସମସ୍ୟା ଏବଂ ଏହାର ଉଦ୍ଦେଶ୍ୟ ବିଷୟରେ ଅବଗତ ରହିଛନ୍ତି । ୨୦୨୦ରେ ପ୍ରଥମ ଥର ଚୀନର ମୋବାଇଲ ଆପ୍ ଏବଂ ଫୋନର ଉପଯୋଗ ଦ୍ୱାରା ତଥ୍ୟ ଚୋରି ହେଉଥିବା ଘଟଣା ସାମନାକୁ ଆସିଥିଲା । ଗଲୱାନ ଘାଟିରେ ତିକ୍ତତା ପରେ ଭାରତ ସରକାର ଅନେକ ଚାଇନା ମୋବାଇଲ ଆପ୍ ଉପରେ ବ୍ୟାନ ଲଗାଇଥିଲେ ।

କିନ୍ତୁ ବିପଦ କେବଳ ଆପ୍ ଭିତରେ ସୀମିତ ନଥିଲା । କିଛି ବିଶେଷଜ୍ଞ ଚାଇନା ଫୋନ୍ ଦ୍ୱାରା ଡାଟା ଉପରେ ବିପଦ ଥିବା ନେଇ ମଧ୍ୟ ଇସାରା କରିଥିଲେ । ସେ କହିଥିଲେ ଯେ, ଚୀନ ଉପରେ କେହି ବିଶ୍ୱାସ କରିବା ଉଚିତ ନୁହେଁ । ଏଲଏସିରେ ବାରମ୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଥିବା ଚୀନ କୌଣସି ପରିସ୍ଥିତିରେ ମଧ୍ୟ ଡାଟା ଚୋରି କରିବା ପାଇଁ ଜାଲ ବିଛାଇପାରେ । ଚୀନର ବିଭିନ୍ନ ଉପକରଣ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ । ତେଣୁ ଏଜେନ୍ସି ସତର୍କ ହେବା ସହ ସେନାକୁ ନିଜ ଚାଇନା ମୋବାଇଲ ପରିବର୍ତ୍ତନ କରିବା ପାଇଁ ଅପିଲ କରିଛନ୍ତି । ତେବେ ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ସମସ୍ତ କର୍ମଚାରୀ ଚାଇନା ମୋବାଇଲ ବ୍ରାଣ୍ଡ ବଦଳରେ ଅନ୍ୟ ମୋବାଇଲ ଫୋନକୁ ପରିବର୍ତ୍ତନ କରିବା ପାଇଁ ଅପିଲ ହୋଇଛି ।

Get real time updates directly on you device, subscribe now.