fbpx
BJD SKY
BJD SKY

ଏସିଆ କପରେ ଆଫଗାନିସ୍ତାନର ବିଜୟ ଅଭିଯାନ ଆରମ୍ଭ: ୮ ୱିକେଟରେ ଶ୍ରୀଲଙ୍କାକୁ ମାତ ଦେଲା ଟିମ୍

BJD

ନୂଆଦିଲ୍ଲୀ: ଏସିଆ କପ୍ -୨୦୨୨ର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ମାତ ଦେଇଛି ଆଫଗାନିସ୍ତାନ । ୮ ୱିକେଟରେ ଏହି ମ୍ୟାଚକୁ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଦଳ । ଶ୍ରୀଲଙ୍କାର ୧୦୬ ରନର ଲକ୍ଷ୍ୟକୁ ମାତ୍ର ୧୦ ଓଭରରେ ହାସଲ କରି ନେଇଛି ଆଫଗାନିସ୍ତାନ । ଦଳ ପକ୍ଷରୁ ଦମଦାର ଆରମ୍ଭ ଦେଇ ବିଜୟକୁ ଆହୁରି ସହଜ କରି ଦେଇଥିଲେ ଦୁଇ ଓପନର ହଜରାତୁଲ୍ଲା ଜଜାଇ ଏବଂ ରହମାନୁଲ୍ଲାହ ଗୁରବାଜ । ୮୩ ରନର ଏକ ଭାଗିଦାରୀ ସହ ଦଳର ପିଜୟ ସୁନିଶ୍ଚିତ କରି ଥିଲେ ଉଭୟ ପ୍ଲେୟର । ତେବେ ଜଜାଇ ଶେଷ ପର୍ୟ୍ୟନ୍ତ ନଟ ଆଉଟ ରହି ମ୍ୟାଚକୁ କବଜା କରିଛନ୍ତି ।

ପ୍ରାରମ୍ଭିକ ବ୍ୟାଟର ହଜରତୁଲ୍ଲା ଯଯାଇ ଓ ରହମନତୁଲ୍ଲା ଗୁରବାଜ୍‌ ପ୍ରଥମ ୱିକେଟ ପାଇଁ ୮୩ ରନ୍‌ ଯୋଡ଼ି ଦଳର ସ୍କୋରକୁ ମଜବୁତ କରିଥିଲେ। ଗୁରବାଜ ୧୮ଟି ବଲ୍‌ ଖେଳି ୪୦ ରନ୍‌ କରିଛନ୍ତି । ଏଥିରେ ୩ଟି ଚୌକା ଓ ୪ଟି ଛକା ସାମିଲ ରହିଛି। ସେହିପରି ଯଯାଇ ୨୮ଟି ବଲ ଖେଳି ୩୭ ରନ୍‌ କରିଥିଲେ। ସେ ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

ଅନ୍ୟ ପକ୍ଷରେ ଶ୍ରୀଲଙ୍କା ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ ଭାନୁକା ରାଜପକ୍ଷେ । ୨୯ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ବଳରେ ସେ ୩୮ ରନ୍‌ ସଂଗ୍ରହ କରିଥିଲେ। ଚମିକା କରୁଣାରତ୍ନେ ଦଳ ପାଇଁ ୩୧ ରନ୍‌ ଯୋଗଦାନ ଦେଇଥିଲେ। ଶ୍ରୀଲଙ୍କାର ସ୍କୋର ମଜବୁତ ନ ହେବାର ଅନ୍ୟ କାରଣ ହେଲା ତିନି ଜଣ ଖେଳାଳି (କୁସାଲ ମେଣ୍ଡିସ, ଦାସୁନ ସନକା ଓ ମହୀଶ ତୀକଶନା) ଶୂନ୍ୟ ରନ୍‌ରେ ଆଉଟ୍‌ ହୋଇଥିଲେ। ତେବେ ଅନ୍ୟ ୫ ଜଣଙ୍କର ସ୍କୋର ମୋଟ ୧୩ ରନ୍‌ ହୋଇଥିଲା।

ଆଫଗାନିସ୍ତାନ ପକ୍ଷରୁ ଫାଜଲହକ୍‌ ଫାରୁକୀ ସର୍ବାଧିକ ୩ଟି ୱିକେଟ ନେଇଥିଲେ। ମୁଜୀବ ଉର୍‌-ରହମାନ୍‌ ଓ ମହମ୍ମଦ ନବିଙ୍କୁ ୨-୨ ୱିକେଟ ମିଳିଥିବା ‌ବେଳେ ନବୀନ ଉଲ୍‌-ହକ୍‌ ଗୋଟିଏ ୱିକେଟ ହାସଲ କରିଛନ୍ତି । ତେବେ ଶ୍ରୀଲଙ୍କାର ଦୁର୍ବଳତା ଏବଂ ଆଫଗାନିସ୍ତାନ ଖେଲାଳିମାନଙ୍କ ଧୂଆଁଧାର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ଏହି ମ୍ୟାଚରେ ନିଜ କବଜା କରିନେଇଛି ।

Get real time updates directly on you device, subscribe now.