fbpx

ଆଫଗାନିସ୍ତାନରେ ବିମାନ ଦୁର୍ଘଟଣା, ୧୧୦ ଲୋକଙ୍କୁ ନେଇ ଭରିଥିଲା ଉଡାଣ

ଆଫଗାନିସ୍ତାନ,୨୭ ।୧: ଆଫଗାନିସ୍ତାନ ଗଜନୀର ଡେହ ୟାକରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଆଜି ଦ୍ୱିପହର ୧ଟା ୩୦ ମିନିଟରେ ହୋଇଥିଲା ଏହି ବିମାନ ଦୁର୍ଘଟଣା । ଯେଉଁ ସ୍ଥାନରେ ବିମାନ ଦୁର୍ଘଟଣା ହୋଇଛି, ତାହା ତାଲିବାନ୍ ନିୟନ୍ତ୍ରଣରେ ଥିବା ଜଣାପଡିଛି । ଭୟାବହ ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଛି ।

ଆଫଗାନିସ୍ତାନ ନ୍ୟୁଜ୍ ଏଜେନ୍ସି ମୁତାବକ, ବିମାନଟି ଏରିୟାନା ଅଫଗାନ ଏୟାର ଲ୍ୟାଣ୍ଡିସର ଥିଲା । ଏଥିରେ ୧୧୦ ଜଣ ଯାତ୍ରୀ ଥିବା ବେଳେ ସେମାନେ ହେରାତରୁ ଦିଲ୍ଲୀକୁ ଉଡାଣ ଭରିଥିଲେ । ଏପର୍ଯ୍ୟନ୍ତ ଦୁର୍ଘଟଣାରେ କୌଣସି ମୃତାହତଙ୍କ ଖବର ମିଳିନଥିବା ବେଳେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.