fbpx

ଆସନ୍ତାକାଲି ବସିବ ବିଜେଡି ସଂସଦୀୟ ଦଳ ବୈଠକ

ଭୁବନେଶ୍ୱର,୨୭ ।୧(ଓଡିଶା ଭାସ୍କର): ନବୀନ ନିବାସରେ ଆସନ୍ତାକାଲି ବସିବାକୁ ଯାଉଛି ବିଜେଡି ସଂସଦୀୟ ଦଳ ବୈଠକ । ବଜେଟ୍ ଅଧିବେଶନରେ ବିଜେଡି ଆଭିମୁଖ୍ୟ କଣ ରହିବ, ସେନେଇ ବୈଠକରେ ଆଲୋଚନା ହେବ । ଏଥିପାଇଁ ଦଳୀୟ ସାଂସଦଙ୍କ ସହ ଆଲୋଚନା କରିବେ ଦଳର ସୁପ୍ରିମୋ ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରେଳ ପ୍ରକଳ୍ପ, ଆୟୁଷ୍ମାନ୍ ଭାରତ, ସିଏଏ, ଏନଆସିକୁ ନେଇ ଆଲୋଚନା ଆଲୋଚନା ହୋଇପାରେ । ଏହା ସହ କୋଇଲା ରୟାଲଟି, ଗ୍ରୀନ୍ ସେସ୍ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ ବୋଲି ଜଣାପଡିଛି ।

Get real time updates directly on you device, subscribe now.