fbpx
BSKY
BJD SHG SKY
BJD YOUTH SKY

ବିଶ୍ୱକପରେ ୩ୟ ବଡ଼ ବିପର୍ଯ୍ୟୟ: ଦମ୍ ଦେଖାଇଲା ଆଫଗାନିସ୍ତାନ, ଇଂଲଣ୍ଡ ପରେ ପାକିସ୍ତାନକୁ ପରାସ୍ତ କଲା

ନୂଆଦିଲ୍ଲୀ: ଭାରତରେ ଚାଲିଥିବା ଚଳିତ ଦିନିକିଆ ବିଶ୍ୱକପରେ ୩ୟ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଆଜି ପାକିସ୍ତାନ ବିପକ୍ଷରେ ୮ ୱିକେଟରେ ବିଜୟ ହାସଲ କରି କରି ଆଫଗାନିସ୍ତାନ ଏକ ବଡ଼ ବିପର୍ଯ୍ୟୟ ଘଟାଇଛି । ଏହା ପୂର୍ବରୁ ଆଫଗାନିସ୍ତାନ ଗତ ୧୫ ତାରିଖରେ ଇଂଲଣ୍ଡକୁ ୬୯ ରନରେ ପରାସ୍ତ କରିଥିଲା । ସେହିପରି ଗତ ୧୭ ତାରିଖରେ ନେଦରଲାଣ୍ଡସ ପରି ଏକ ଛୋଟ ଟିମ୍ ଦକ୍ଷିଣ ଆଫ୍ରିକା ପରି ଏକ ଶକ୍ତିଶାଳୀ ଦଳକୁ ୩୮ ରନରେ ପରାସ୍ତ କରି ମଧ୍ୟ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା । ଏହାଫଳରେ ବର୍ତ୍ତମାନ ସୁଦ୍ଧା ଚଳିତ ବିଶ୍ୱକପରେ ୩ଟି ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି ।

ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ନିର୍ଦ୍ଧାରିତ ୫୦ ଓଭରରେ ପାକିସ୍ତାନ ୭ ୱିକେଟ ହରାଇ ୨୮୨ ରନର ଏକ ବଡ଼ ସ୍କୋର କରିଥିଲା । ଦଳ ପକ୍ଷରୁ ଅବଦୁଲ୍ଲାହ ଶାଫିକ ୫୮, ଅଧିନାୟକ ବାବର ଆଜମ ୭୪ ରନ୍ ସଂଗ୍ରହ କରିଥିବା ବେଳେ ଶଦାବ ଶାନ ଓ ଓଫତିଖାର ଅହମଦ ୪୦ ରନ୍ ଲେଖାଏଁ ସଂଗ୍ରହ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ନୁର ଅହମଦ ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଆଜିର ମ୍ୟାଚରେ ପାକିସ୍ତାନ ଜିତିବ ବୋଲି ଅଧିକାଂଶ ଭାବୁଥିଲେ । ମାତ୍ର ଅସମ୍ଭବକୁ ସମ୍ଭବ କରିଦେଖାଇଥିଲା ଆଫଗାନିସ୍ତାନ । ଏହି ମ୍ୟାଚ ଶେଷ ପର୍ଯ୍ୟନ୍ତ ସଂଘର୍ଷ ପରି ଜଣାପଡ଼ୁଥିଲେ ହେଁ ବାସ୍ତବିକ ଆଫଗାନିସ୍ତାନ ଏକପାଖିଆ ଭାବେ ଜିତିଯାଇଥିଲା । ମାତ୍ର ୨ଟି ୱିକେଟ ହରାଇ ଗୋଟିଏ ଓଭର ବାକିଥାଇ ଆଫଗାନିସ୍ତାନ ଏହି ମ୍ୟାଚକୁ ଜିତିନେଇଥିଲା । ଆଫଗାନିସ୍ତାନ ପକ୍ଷରୁ ରହମନୁତୁଲ୍ଲାହ ଗୁର୍ବାଜ ୬୫, ଇବ୍ରାହିମ ଜଦ୍ରାନ ୮୭ ରନ୍ ସଂଗ୍ରହ କରିଥିବା ବେଳେ ରହମତ ସାହ ୭୭ ଓ ହଶମତୁଲ୍ଲାହ ଶାହିଦି ୪୮ ରନ୍ କରି ଅପରାଜିତ ରହିଥିଲେ । ପାକିସ୍ତାନର ଏହି ପରାଜୟ ପରେ ତା’ର ସେମି ଖେଳିବା ଆଶଙ୍କା ବଢ଼ିଯାଇଛି ।

Get real time updates directly on you device, subscribe now.