fbpx
BSKY
BJD SHG SKY
BJD YOUTH SKY

(Video) ମ୍ୟାଚ୍ ଜିତିଲା ପରେ କାନ୍ଦିଲେ ମହେନ୍ଦ୍ର ସିଂ ଧୋନି; କହିଲେ ମୋ ରନ୍‌ଆଉଟ ବଦଲା ନେଇଛି କୋହଲି

ଓଡ଼ିଶା ଭାସ୍କର: ଜିତିଲା ପରେ କାନ୍ଦିଲେ ମହେନ୍ଦ୍ର ସିଂ ଧୋନି, କହିଲେ ମୋ ରନ୍‌ଆଉଟ ବଦଲା ନେଇଛି କୋହଲି । ନ୍ୟୁଜିଲ୍ୟାଣ୍ଡକୁ ହରାଇବା ସ୍ୱପ୍ନ ପୁରା ହୋଇଛି । ସେଦିନ କାନ୍ଦିଥିଲେ ଆଉ ଆଜି ବି କାନ୍ଦିଛନ୍ତି । ସେଦିନ ତାଙ୍କ ଆଖିରୁ ଲୁହ ଝରିଥିଲା ଆଉ ଆଜି ବି ତାଙ୍କ ଆଖିରୁ ଲୁହ ଝରିଛି । ଖାଲି ତଫାତ ଏଥିତିକି ସେଦିନ ରନ୍ ଆଉଟ ହୋଇ କାନ୍ଦିଥିଲେ ଆଉ ଆଜି ଭାରତ ବିଜୟ ହାସଲ କରିବା ପରେ କାନ୍ଦିଛନ୍ତି । ସେଦିନ ପଡ଼ିଆ ବାହାରକୁ କାନ୍ଦି କାନ୍ଦି ଯାଇଥିଲେ ଆଉ ଆଜି ଘରେ ଟିଭି ଆଗରେ ବଶି କାନ୍ଦିଛନ୍ତି । ନ୍ୟୁଜିଲାଣ୍ଡକୁ ହରାଇ ବିଜୟ ହାସଲ କରିଛି ଭାରତ । ପ୍ରତିଥର ହାରୁଥିଲା ଏବେ କିନ୍ତୁ ଜିତିଛି । ସେମିଫାଇନାଲରେ ହରାଇବାର ବଦଲା ନେଇଛି ଭାରତ ।

ଯଦି ସେଦିନର କଥା କହିବା ତେବେ ଭାରତକୁ ସେମିଫାଇନାଲରେ ଜିତିବାକୁ ଥିଲା ୨୩ ରନ୍ । ଧୋନି କରୁଥିଲେ ବ୍ୟାଟିଂ । ଯେତେବେଳେ ଧୋନି ସିଙ୍ଗଲ ରନ୍ ନେଉଥିଲେ ସେତେବେଳେ ମାର୍ଟିନ ଗପଟିଲ କରିଥିଲେ ଥ୍ରୋ । ଆଉ ପଲଟି ସିଧା ଷ୍ଟମ୍ପରେ ଯାଇ ବାଜିଥିଲା । ଯେଉଁଥିରେ ଆଉଟ ହୋଇଥିଲେ ଧୋନି । ଆଉଟ ହେବା ପରେ କାନ୍ଦି କାନ୍ଦି ପାବିଲିୟନକୁ ଫେରିଥିଲେ । ସେମିଫାଇନାଲରେ ବିଜୟ ପାଇଁ ଶେଷ ଭରଷା ଆଉଟ ହୋଇଯାଇଥିଲେ । ଯାହାଙ୍କ କାନ୍ଦକୁ ଦେଖି ପୁରା ଭାରତ ମଧ୍ୟ କାନ୍ଦିଥିଲା । ଆଉ ଏବେ ଧୋନି ପୁଣିଥରେ କାନ୍ଦିଛନ୍ତି । ଭାରତ ନେଇଥିବା ପ୍ରିଶୋଧକୁ ଦେଖି ଧୋନିଙ୍କ ଆଖିରୁ ଲହୁ ନିଗିଡ଼ି ପଡ଼ିଛି । ଏ ଲୁହ ହେଉଛି ପ୍ରତିଶୋଧର ଲୁହ ।

ତେବେ ଭାରତ ଲଗାତାର ୫ମ ଥର ପାଇଁ ବିଜୟ ହାସଲ କରିଛି । ଭାରତ ହେଉଛି ଏମିତି ଏକ ଦଳ ଯିଏ ଚଳିତ ବିଶ୍ୱକପ୍‌ରେ ଗୋଟିଏ ବି ମ୍ୟାଚ୍‌କୁ ହାରିନାହିଁ । ୫ଟି ମ୍ୟାଚରୁ ୫ଟିରେ ବିଜୟ ହାସଲ କରିଛି । ଏବେ ପଏଣ୍ଟ ଟେବୁଲରେ ସବୁଠାରୁ ଆଗରେ ରହିଛି ଭାରତ ।

Get real time updates directly on you device, subscribe now.