fbpx

Asia Cup-2023କୁ ନେଇ ଆଫଗାନିସ୍ତାନ ବୋର୍ଡର ଅଭିଯୋଗ: ଅଧିକାରୀଙ୍କୁ ଦଣ୍ଡ ଦିଆଯିବା ଉଚିତ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରୁ ମାତ୍ର ୨ ରନରେ ପରାସ୍ତ ହୋଇ ଏସିଆ କପ୍ ରୁ ବାଦ୍ ପଡ଼ିଛି ଆଫଗାନିସ୍ତାନ । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ଦମଦାର ବ୍ୟାଟିଂ ପରେ ମଧ୍ୟ ଦଳ ବିଜୟ ହାସଲ କରିବାରେ ସଫଳ ହୋଇ ପାରିନାହିଁ । ତେଣୁ ଏବେ ଦଳକୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ତେବେ ଏହାପରେ ଏସିଆନ୍ କ୍ରିକେଟ କାଉନ୍ସିଲ ବା ଏସିସି ନିକଟରେ ଫେରାଦ୍ ହୋଇଛି ଆଫଗାନ କ୍ରିକେଟ ବୋର୍ଡ । ଏକ ସଙ୍ଗୀନ ଅଭିଯୋଗ ଆଣିବା ସହ ଅଧିକାରୀଙ୍କୁ ଦଣ୍ଡ ବିଧାନ ପାଇଁ ଦାବି କରିଛି ଆଫଗାନିସ୍ତାନ ।

ସୂଚନା ଅନୁସାରେ, ଆଫଗାନିସ୍ତାନ କ୍ରିକେଟ ବୋର୍ଡର ପ୍ରବକ୍ତା ନସୀମ ସାଦତ କହିଛନ୍ତି ଯେ, ରନ୍ ରେଟ୍ ମାମଲାରେ ଅଧିକାରୀଙ୍କ ଦ୍ୱାରା ଅଣଦେଖା କରାଯାଇଛି । ଯାହାର ପରିଣାମ ଆକାରରେ ଆଫଗାନିସ୍ତାନ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦଳକୁ ରନ୍ ରେଟ୍ ସମ୍ପର୍କରେ ଉଚିତ୍ ତଥ୍ୟ ଦିଆ ଯାଇ ନଥିବା ଅଭିଯୋଗ ଆଣିଛନ୍ତି ବୋର୍ଡର ପ୍ରବକ୍ତା । ଏହି ମ୍ୟାଚରେ ୨୯୨ ରନର ପିଛା କରି ଆଫଗାନିସ୍ତାନ ମାତ୍ର ୨ ରନ୍ ଦୂରରେ ଅଟକି ଯାଇଥିଲା । ୩୭.୪ ଓଭରରେ ୨୮୯ ରନରେ ଅଲ ଆଉଟ ହୋଇ ଯାଇଛି ସମ୍ପୂର୍ଣ୍ଣ ଦଳ । ତେବେ ୩୭ ଓଭର ପରେ ୮ ୱିକେଟ ହରାଇ ୨୮୯ ରନ କରିଥିଲା ଆଫଗାନିସ୍ତାନ । କିନ୍ତୁ ମ୍ୟାଚ ପୂର୍ବରୁ ଆଫଗାନିସ୍ତାନକୁ ଏହା କୁହାଯାଇଥିଲା ଯେ, ଦଳକୁ ୩୭.୧ ଓଭର ବା ଏହା ପୂର୍ବରୁ ବିଜୟ ହାସଲ କରିବାକୁ ହେବ । ତେବେ ବର୍ତ୍ତମାନ ଦଳକୁ ଗୋଟିଏ ବଳରେ ୩ ରନର ଆବଶ୍ୟକତା ରହିଥିଲା ।

ତେବେ ମ୍ୟାଚର ଏକମାତ୍ର ଆଶା ଭାବରେ ରାଶିଦ ଖାନ୍ ଷ୍ଟ୍ରାଇକରେ ନଥିବାରୁ ଏହା ସମ୍ଭବ ହୋଇ ପାରି ନଥିଲା । ଏହାପରେ ମଧ୍ୟ ଆଫଗାନିସ୍ତାନ ଶ୍ରୀଲଙ୍କାକୁ ପଛରେ ପକାଇ ଦେଇପାରେ । ଯଦି ୩୭.୨ ଓଭର ପରେ ଆଫଗାନିସ୍ତାନ ୨୯୩, ୩୭.୩ ଓଭର ପରେ ୨୯୪ ଏବଂ ୩୮.୧ ଓଭରରେ ୨୯୭ ରନ୍ ସଂଗ୍ରହ କରିପାରିବ, ତେବେ ଦଳ ଶ୍ରୀଲଙ୍କାକୁ ରନ ରେଟ ମାମଲାରେ ପଛରେ ପକାଇ ସଫଳତା ହାସଲ କରି ପାରିଥାନ୍ତା । କିନ୍ତୁ ଶେଷ ବ୍ୟାଟ୍ସମ୍ୟାନ ଭାବରେ ମଇଦାନକୁ ଆସିଥିବା ଫଜଲହକ ଫାରୁକୀଙ୍କୁ ଏ ବିଷୟରେ କିଛି ଧାରଣା ନଥିଲା । ତେଣୁ ମ୍ୟାଚ ହାରିଯାଇଥିବା ଭାବି ଫୁଲଟସ୍ ବଲରେ ମଧ୍ୟ ସେ ରନ୍ ନେଇ ନଥିଲେ ଏବଂ ପରବର୍ତ୍ତୀ ବଲରେ ସେ ଆଉଟ ହୋଇ ପାଭିଲିୟନ ଫେରି ଆସିଥିଲେ ।

Get real time updates directly on you device, subscribe now.