fbpx

ଭାରତରେ ଦୂତାବାସ ବନ୍ଦ କଲା ଆଫଗାନୀସ୍ତାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଆଫଗାନୀସ୍ତାନ ଆଜିଠାରୁ ଭାରତରେ ଦ୍ରୃତାବାସ ବନ୍ଦ କରିବା ପାଇଁ ଘୋଷଣା କରିଛି । “ଇସଲାମିକ ରିପବ୍ଲିକ ଅଫ ଆଫଗାନୀସ୍ତାନ”ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବୋଲି ଶନିବାର ଦିନ ଔପଚାରିକ ବିବୃତିରେ ଉଲ୍ଲେଖ କରିଛି । ଏଥିରେ ଲେଖା ହୋଇଛି ଗଭୀର ଦୁଃଖ, ପରିତାପ ଓ ହତାଶା ସହିତ ଏହି ଘୋଷଣା କରୁଛି । ଆତିଥ୍ୟ ଦେଇଥିବା ଭାରତ ସରକାର ସହଯୋଗ ଅଭାବ ଏବଂ ଆଶାନୁରୂପେ କାର୍ଯ୍ୟ କରିବାରେ ବିଫଳ ହୋଇଥିବାରୁ ଏହି ନିଷ୍ପତି ନିଆଯାଇଛି । ଆତିଥ୍ୟ ଦେଇଥିବା ସରକାରଙ୍କ ଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡିକରେ ସହଯୋଗ ନ ମିଳିବା ଫଳରେ ବାଧା ଉପୁଜିଥିଲା ।

ଆଫଗାନୀସ୍ତାନ ଓ ଭାରତ ମଧ୍ୟରେ ଥିବା ଦୀର୍ଘ ଦିନର ଐତିହାସିକ ସମ୍ପର୍କ ପ୍ରତି ଧ୍ୟାନ ଦିଆଯାଇ ବହୁ ବିଚାରଆଲୋଚନା କରାଯିବା ପରେ ଏଭଳି ଗଭୀର ଅନୁଶୋଚନାପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଆଫଗାନିସ୍ତାନର ଦୂତାବାସରୁ ରାଷ୍ଟ୍ରଦୂତ ଓ ବରିଷ୍ଠ କୂଟନୀତିଜ୍ଞମାନେ ୟୁରୋପ ଓ ଆମେରିକାରେ ରାଜନୈତିକ ଶରଣ ପାଇବା ପରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଦୂତାବାସର ୩ ଜଣ କର୍ମଚାରୀ ମିଡିଆକୁ କହିଥିଲେ । ୫ ଜଣ ଆଫଗାନ କୂଟନୀତି ଭାରତ ଛାଡି ଯାଇଥିବା କର୍ମଚାରୀମାନେ କହିଛନ୍ତି ।

Get real time updates directly on you device, subscribe now.