fbpx
BJD SKY
BJD SKY

ଅଶୋଧିତ ତେଲର ଦର ହ୍ରାସ : ଆସନ୍ତୁ ଜାଣିବା ଆପଣଙ୍କ ସହରରେ କେତେ ରହିଛି ଆଜିର ଦାମ

BJD

ନୂଆଦିଲ୍ଲୀ : ଗଡି ଚାଳକଙ୍କ ପାଇଁ ଆସିଛି ଖୁସି ଖବର । ଭାରତୀୟ ବଜାରରେ ଅଶୋଧିତ ତେଲର ଦରରେ ସାମାନ୍ୟ ପରିବର୍ତ୍ତନ ହୋଇଛି ।WTI ଅଶୋଧିତ ବ୍ୟାରେଲ ସକାଳ ପ୍ରାୟ ୬ ଟାରେ ୧ ପ୍ରତିଶତହ୍ରାସ ସହିତ ବ୍ୟାରେଲ ପିଛା ୯୦.୭୭ ଡଲାରରେ ବିକ୍ରି ହେଉଛି ଏବଂ । ଏଥି ସହିତ, ବ୍ରେଣ୍ଟ ଅଶୋଧିତ ମଧ୍ୟ ବ୍ୟାରେଲ ପିଛା ୯୨.୦୯ ଡଲାରରେ ୧ ପ୍ରତିଶତ ଦୁର୍ବଳ କାରବାର କରୁଛି । ତେବେ ଏହି ହ୍ରାସ ସତ୍ତ୍ୱେ ବି ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଛି । ଦେଶର ତୈଳ ବଜାରରେ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ସର୍ବଶେଷ ହାର ପ୍ରକାଶ କରିଛନ୍ତି ।

ଦେଶର କେତେକ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଥିବାବେଳେ କେତେକ ରାଜ୍ୟରେ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାପୂର୍ବରୁ ପ୍ରତି ଦୁଇ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପରିବର୍ତ୍ତନ କରାଯାଉଥିଲା, ଅର୍ଥାତ୍ ପ୍ରତି ମାସର ପ୍ରଥମ ତାରିଖ ଏବଂ ୧୬ ତାରିଖରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଥିଲା। ତେବେ, ଜୁନ ୨୦୧୭ ଠାରୁ ଏକ ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିରେ ପେଟ୍ରୋଲ ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ସଂଶୋଧିତ ହେଉଛି ।

ଆସନ୍ତୁ ଜାଣିବା ଦେଶର ପ୍ରମୁଖ ସହରରେ କେତେ ରହିଛି ଆଜିର ତୈଳ ଦର :
– ଦିଲ୍ଲୀରେ ପେଟ୍ରୋଲ ୯୬.୭୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୯.୬୨ ଟଙ୍କା ।
– ମୁମ୍ବାଇରେ ପେଟ୍ରୋଲ ୧୦୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୨୭ ଟଙ୍କା ।
– କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୨.୭୬ ଟଙ୍କା ।
– ଚେନ୍ନାଇରେ ପେଟ୍ରୋଲ ୧୦୨.୭୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୪.୩୭ ଟଙ୍କା ।

Get real time updates directly on you device, subscribe now.