fbpx

ଆଫଗାନିସ୍ତାନର ମସଜିଦରେ ବିସ୍ଫୋରଣ, ପ୍ରାର୍ଥନା ବେଳେ ଘଟିଲା ଅଘଟଣ; ୧୨ ଜଣଙ୍କ ଅବସ୍ଥା ଗୁରୁତର

କାବୁଲ: ଆଫଗାନିସ୍ତାନର ଏକ ମସଜିଦ୍ ରେ ବଡ଼ ଧରଣର ବିସ୍ଫୋରଣ ହୋଇଯାଇଛି । ମସଜିଦ୍ ଭିତରେ ପ୍ରାର୍ଥନା କରିବା ବେଳେ ଏହି ଅଘଟଣ ଘଟିଯାଇଛି । ଆଫଗାନିସ୍ତାନର ସ୍ପିନଘର୍ ଜିଲ୍ଲାରେ ଥିବା ନଙ୍ଗରହାର ଅଞ୍ଚଳରେ ଏହି ବିସ୍ଫୋରଣ ହୋଇଛି । ଏନେଇ ତାଲିବାନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ଦିନ ପ୍ରାର୍ଥନା ସମୟରେ ବ୍ଲାଷ୍ଟ ହୋଇଥିଲା ।

ଅଧିକାରୀ ଜଣକ ବିସ୍ଫୋରଣ ସମ୍ପର୍କରେ ଜଣାଇବା ସହିତ ଏଥିରେ ଆହତ ହୋଇଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଏହି ବିସ୍ଫୋରଣରେ ୧୨ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଶୁକ୍ରବାର ଦିନ ଅପରାହ୍ନରେ ୧ଟା ୩୦ରେ ଏହି ଅଘଟଣ ଘଟିଥିଲା । ତେବେ ମସଜିଦ୍ ଭିତରୁ କିଛି ବିସ୍ଫୋରକ ଠାବ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.