fbpx

ଅନ୍ଧବିଶ୍ୱାସ: ସାପକାମୁଡା ରୋଗୀକୁ ଡାକ୍ତରଖାନାରେ ଝଡାଫୁଙ୍କା

ବାଲେଶ୍ୱର(ଓଡ଼ିଶା ଭାସ୍କର):ଡ଼ାକ୍ତରଖାନାରେ ରୋଗୀସେବା ବଦଳରେ ଚାଲିଛି ଝଡ଼ା ଫୁଙ୍କା । ଆଉ ତାହା ବି ଭିଡ଼ିଓ କଲରେ । ସାପ କାମୁଡ଼ାରେ ଛଟପଟ ହେଉଥିବା ଏ ମହିଳାଙ୍କୁ ଦେଖନ୍ତୁ । ସାପ କାମୁଡ଼ିଛି ହେଲେ ତାଙ୍କୁ ଏବେ ଭିଡ଼ିଓ କଲରେ ଝଡ଼ା ଫୁଙ୍କା କରା ଯାଉଛି । ଆଉ ଏ ଦୃଶ୍ୟ ହିଁ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏ କୌଣସି ଉପାନ୍ତ ଅଞ୍ଚଳରେ ରୋଗୀସେବାର ଅଭାବ ଥିବା ଦୃଶ୍ୟ ନୁହଁ । ଖୋଦ ବାଲେଶ୍ୱର ଜିଲ୍ଲା ସୋର ଡ଼ାକ୍ତରଖାନାରେ ଦେଖିବାକୁ ମିଳିଛି ଏ ଅନ୍ଧବିଶ୍ୱାସର ସଦ୍ୟ ନମୂନା । ଭଲ ଭାବେ ଦେଖନ୍ତୁ ଏ ଦୃଶ୍ୟ । କେମିତି ମଡ଼ର୍ଣ୍ଣ ଉପାୟ ଆପଣେଇ ଝଡ଼ା ଫୁଙ୍କା କରାଯାଉଛି ।

ସୂଚନା ମୁତାବକ ସୋରୋ ବ୍ଳକ ତଳନଗର ଅଞ୍ଚଳର ଜଣେ ମହିଳାଙ୍କୁ ସାପ କାମୁଡ଼ି ଥିବା ବେଳେ ପରିବାର ଲୋକ ତାଙ୍କୁ ସୋରୋ ଡ଼ାକ୍ତରଖାନା ନେଇ ଆସିଛନ୍ତି । ହେଲେ ଏଇଠି ଚାଲିଛି ଏଇ ଝଡ଼ାଫୁଙ୍କା । ଆଉ ଏ ଆଧୁନିକତା ଭିତରେ ନିଜେ ଆଧୁନିକ ପନ୍ଥା ଆପଣେଇ କେମିତି ସାଧାରଣ ଲୋକ ଅନ୍ଧିବିଶ୍ୱାସ ଜାବୁଡ଼ି ବସିଛନ୍ତି ତାହା ହିଁ ସମସ୍ତଙ୍କୁ ଭାବିବାକୁ ବିବଶ କରି ଦେଇଛି । ଏ ସମ୍ପର୍କରେ ଡ଼ାକ୍ତର କରୁଣାକର ବିଶ୍ୱାଳ କଣ କହିଛନ୍ତି ଶୁଣନ୍ତୁ । ତେବେ ଆଧୁନିକ ସଭ୍ୟତାରେ ମଣିଷ ବିମାନରେ ଆକାଶରେ ଉଡ଼ୁଥିଲେ ବି ଆଜି ବି କେଉଁଠି ନା କେଉଁଠି ଅନ୍ଧବିଶ୍ୱାସର ଶଗଡ଼ ଉପରେ ଆମେ ମସ୍ତିଷ୍କ ଛାଡ଼ି ଆସିଛୁ ବୋଲି ଏ ଦୃଶ୍ୟ ପ୍ରମାଣିତ କରିଛି କହିଲେ କିଛି ଭୁଲ ହେବନି ।

Get real time updates directly on you device, subscribe now.