fbpx

ଡାକ୍ତର ଲଗାଇଦେଲେ ଭୁଲ ରକ୍ତ: ଅକାଳରେ ପ୍ରାଣ ହରାଇଲେ ଯୁବତୀ 

ରାଉରକେଲା(ଓଡ଼ିଶା ଭାସ୍କର): ମେଡିକାଲର  ଅବହେଳା ଯୋଗୁ ଗଲା ନୀରିହ ରୋଗୀର ଜୀବନ। ଅବହେଳା ଏତିକି ଯେ ଗୋଟିଏ ବ୍ଲଡ଼ ଗ୍ରୁପର ବ୍ଲଡ଼ ଜାଗାରେ ଅନ୍ୟ ଗୋଟିଏ ବ୍ଲଡ଼ ଗ୍ରୁପର ବ୍ଲଡ଼ ଚଢାଇଲେ ରୋଗୀଙ୍କୁ। ଭୁଲ ବ୍ଲଡ଼ ଲାଗିବାରୁ ପ୍ରାଣ ହରାଇଲେ ରୋଗୀ । ରାଉରକେଲା ସରକାରୀ ମେଡିକାଲରେ ଚିକିତ୍ସାରେ ଅବହେଳା ଓ ଭୁଲ ରକ୍ତ ଦେବାରୁ ରୋଗୀ ମୃତ୍ୟୁ ଅଭିଯୋଗ । ଚିକିତ୍ସାରେ ଅବହେଳା ଏବଂ ଭୁଲ ଚିକିତ୍ସା ଯୋଗୁଁ ରାଉରକେଲା ସରକାରୀ ହସ୍ପିଟାଲରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅଞ୍ଚଳର ଜଣେ ଯୁବତୀ ସରୋଜିନୀ କାକ୍ ରଜତ ରକ୍ତହୀନତା ରୋଗରେ ପୀଡିତ ହୋଇ କୁତ୍ରା ଡାକ୍ତରଖାନାରେ ଚିକିତ୍ସିତ ଥିଲେ । ସେଠାରେ ରକ୍ତ ଦେବାର ସୁବିଧା ନଥିବାରୁ ସରୋଜିନୀଙ୍କୁ ତାଙ୍କ ପରିବାର ବର୍ଗ ରାଉରକେଲା ସରକାରୀ ହସ୍ପିଟାଲ ରେ ୧୧ ନଭେମ୍ବର ରାତିରେ ଭର୍ତ୍ତି କରିଥିଲେ ।
ଚିକିତ୍ସା ଚାଲିଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ଉନ୍ନତି ନ ଘଟିବାରୁ ତାଙ୍କୁ ରକ୍ତ ଦିଆଯାଇଥିଲା । ରକ୍ତ ନେବା ପରେ ସେ ଆହୁରି ଅସୁସ୍ଥ ପଡ଼ିଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସରୋଜିନୀଙ୍କ ଭଉଣୀ ନର୍ସଙ୍କୁ ଡାକିଥିଲେ । ମାତ୍ର ନର୍ସ ବିଳମ୍ବରେ ଆସିବା ମଧ୍ୟ ଅଭିଯୋଗ ହୋଇଛି । ଚିକିତ୍ସିତ ଅବସ୍ଥାରେ ଗୁରୁବାର ସନ୍ଧ୍ୟାରେ ସରୋଜିନୀ ଙ୍କ ମୃତ୍ୟୁ ହୋଇଥିଲା ସରୋଜିନୀଙ୍କ ବ୍ଲଡ ଗ୍ରୁପ୍ ଓ ପଜିଟିଭ ହୋଇଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବି ପଜିଟିଭ୍ ବ୍ଲଡ ଦେଇଥିଲେ । ବ୍ଲଡଟି ଲାଗିଥିବା ବେଳେ ସରୋଜୀନି ଅସୁସ୍ଥ ହୋଇପଡିଥିଲେ । ପରିଶ୍ରା ବାଟରେ ରକ୍ତ ବାହାରି ଯିବାରୁ ସରୋଜୀନି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ । ଚିକିତ୍ସାରେ ଅବହେଳା ତଥା ଦାୟିତ୍ବହୀନତା ବାବଦରେ ରାଉରକେଲା ସରକାରୀ ଡାକ୍ତରଖାନାର ସୁପରିଟେଡେଣ୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ ଏହି ଘଟଣାର ତଦନ୍ତ କରି ରପୋର୍ଟ ଦେବାପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

Get real time updates directly on you device, subscribe now.