fbpx

କଂଗ୍ରେସକୁ ବିଜେଡିର ଅଟ୍ଟହାସ୍ୟ, ହରତାଳକୁ ନେଇ ଏପରି କହିଲେ ସସ୍ମିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜନୀତି ତୀବ୍ର ହେବାରେ ଲାଗିଛି । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ଦଳର କର୍ମୀ ବିଜେଡିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ ମମିତାଙ୍କୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ହରତାଳ କରିଛି କଂଗ୍ରେସ । ସକାଳ ୬ଟାରୁ ଦିନ ୧୨ଟା ଯାଏ ହରତାଳ ବେଳେ ଅତ୍ୟାବଶୀୟ ସେବାକୁ ଛାଡି ଅନ୍ୟ ସମସ୍ତ ବନ୍ଦ ରହିଥିଲା ।

ଅନ୍ୟପଟେ କଂଗ୍ରେସର ହରତାଳକୁ ନେଇ ପ୍ରେସମିଟ୍ କରିଛି ବିଜେଡି । କଂଗ୍ରେସର ଆନ୍ଦୋଳନ ଏକ ଉପହାସ ବୋଲି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ମନ୍ତବ୍ୟ ଦେଇଛନ୍ତି । ଏହା ସହ ସେ କହିଛନ୍ତି ଯେ, ଝିଅକୁ ନେଇ ରାଜନୀତି ନକରିବାକୁ ମମିତାଙ୍କ ବାପା ଅନୁରୋଧ କରିଛନ୍ତି । ଦୁଃଖ ବେଳେ ରାଜନୈତିକ ଦଳ ଶସ୍ତା ରାଜନୀତି କରୁଛନ୍ତି । ଓଡ଼ିଶା କଂଗ୍ରେସର କର୍ମକର୍ତ୍ତା ଓ କର୍ମୀ ଘରୁ ବାହାରି ନାହାନ୍ତି । କଂଗ୍ରେସ ଅତି ନିମ୍ନମାନର ରାଜନୀତି କରୁଛି । ବିଜେପି ଦ୍ୱାରା ପ୍ରାୟୋଜିତ ହୋଇ କଂଗ୍ରେସ ହରତାଳ କରିଥିଲା । ସତସାହାସ ଥିଲେ କଂଗ୍ରେସ ତଥ୍ୟ ପ୍ରମାଣ ସହ କୋର୍ଟକୁ ଯାଆନ୍ତୁ । ଓଡ଼ିଶାରେ ବିଜେପିର ‘B-ଟିମ’ ଭାବେ କାମ କରୁଛି କଂଗ୍ରେସ । କଂଗ୍ରେସ ଓ ବିଜେପି ମଧ୍ୟରେ ଅଘୋଷିତ ମେଣ୍ଟ ହୋଇଛି ବୋଲି ସସ୍ମିତ କହିଛନ୍ତି ।

Get real time updates directly on you device, subscribe now.