fbpx

୬୪ ଲକ୍ଷ ଟଙ୍କାରେ ବିକ୍ରି ହେଲା ପୁରୁଣା iPhone, କାରଣ ଜାଣିଲେ ଉଡ଼ିଯିବ ହୋସ୍

ନୂଆଦିଲ୍ଲୀ: ସାଧାରଣତଃ ଆଇଫୋନ୍ ଅନ୍ୟ ଫୋନ୍ ଗୁଡ଼ିକ ଠାରୁ ମହଙ୍ଗା ହୋଇଥାଏ । ଏହା ତ ଆପଣ ମାନେ ଜାଣିଛନ୍ତି । ହେଲେ ଗୋଟିଏ ଆଇଫୋନ୍ କୁ ୬୪ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଛି । ତେବେ ଏହି ଫୋନ୍ ଟି କୌଣସି ଲାଟେଷ୍ଟ୍ ମଡେଲ୍ ନୁହେଁ ବରଂ ଏହା ଏକ ପୁରୁଣା ଫୋନ୍ । ଫୋନଟି ୨୦୧୭ର ଏକ ମଡେଲ୍ । ଆଇଫୋନ୍ ଏକ୍ସ କୁ ଆପଲ୍ ପକ୍ଷରୁ ୨୦୧୭ ମସିହାରେ ଲଞ୍ଚ କରାଯାଇଥିଲା ।

ତେବେ ଏହି ପୁରୁଣା ଫୋନ୍ ଟିକୁ ଜଣେ ବ୍ୟକ୍ତି ୮୬,୦୦୧ ଡଲାର୍ (ପ୍ରାୟ ୬୩.୯୬ ଲକ୍ଷ ଟଙ୍କା)ରେ ବିକ୍ରି କରିଛନ୍ତି । ହେଲେ କଣ ଏହାର କାରଣ ? ଆଇଫୋନ୍ ରେ ଚାର୍ଜିଂ ପାଇଁ ଲାଇଟନିଙ୍ଗ ପୋର୍ଟ ଦିଆଯାଇଥାଏ । ହେଲେ ଚଳିତ ଥର ଆଇଫୋନ୍ ୧୩ ରେ ୟୁଏସବି ଟାଇପ୍ ସି ପୋର୍ଟ ଦିଆଯାଇନଥିଲା । ତେଣୁ ୟୁଜର୍ସ ମାନେ ଏହାକୁ ନେଇ ନିରାଶ ହୋଇଯାଇଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣକ ଆଇଫୋନ୍ ଏକ୍ସରେ ୟୁଏସବି ଟାଇପ୍ ସି ପୋର୍ଟ ଲଗାଇଥିଲେ ଓ ତାହା କାମ ବି କରୁଥିଲା ।

ଆଇଫୋନ୍ ଏକ୍ସରେ ଟାଇପ୍ ସି ପୋର୍ଟ ଲଗାଇବା ପରେ ଏହାକୁ ନିଲାମ ପାଇଁ eBay ରେ ପକାଇଥିଲେ । ଏକ ରିପୋର୍ଟ ରେ କୁହାଯାଇଛି ଯେ, ଏହି ଆଇଫୋନ୍ ଏକ୍ସ ପାଇଁ ମାକ୍ସିମମ୍ ୮୬ ହଜାର ଡଲାର୍ ପର୍ଯ୍ୟନ୍ତ ବିଡ୍ ଲଗାଯାଇଥିଲା । ନଭେମ୍ବର ୧ ତାରିଖରେ ଏହି ଫୋନ୍ ର ନିଲାମ ଡକାଯାଇଥିଲା । ଧୀରେ ଧୀରେ ଏହାର ନିଲାମୀ ଦାମ୍ ବଢ଼ିଚାଲିଲା । ଲୋକ ମାନେ ମଧ୍ୟ ଏହା ପ୍ରତି ଆକର୍ଷିତ ହୋଇଥିଲେ । ପ୍ରଥମେ ଏଥିରେ ୧୬୦୦ ଡଲାର୍ ବିଡ୍ ଲାଗିଥିଲା କିନ୍ତୁ ପରେ ୮୬ ହଜାର ଡଲାର୍ ରେ ଏହା ନିଲାମ ହୋଇଥିଲା ।

 

Get real time updates directly on you device, subscribe now.