fbpx

ନିଶା ପାଲଟିଲାଣି ମୋବାଇଲ୍: ଦୈନିକ ୪.୮ ଘଣ୍ଟା ଇଣ୍ଟରନେଟ୍ ରେ ବିତାଇଥାନ୍ତି ଭାରତୀୟ, ଆପ୍ ଡାଉନଲୋଡିଂରେ ମଧ୍ୟ ୨୮% ବୃଦ୍ଧି

Advertisement

ନୂଆଦିଲ୍ଲୀ: ପ୍ରତିଟି ଜିନିଷର ଉପଯୋଗ ହେଉଚଇ ଓ ଦୁରୂପଯୋଗ ମଧ୍ୟ ହେଉଛି । ଇଣ୍ଟରନେଟ୍ ସହିତ ମଧ୍ୟ ଏହିପରି କିଛି ହୋଇଥାଏ । ଅଧିକାଂଶ ବିଶେଷଜ୍ଞ ମୋବାଇଲ୍ ଫୋନ୍ ର ନ୍ୟୁନତମ ବ୍ୟବହାର କରିବାକୁ ପରାମର୍ଶ ଦେଇଥାନ୍ତି । ହେଲେ ଲୋକ ମାନେ ଏହି କଥାକୁ ଆଦୌ ଧ୍ୟାନ ଦେଇ ନଥାନ୍ତି । ଭାରତର ଲୋକମାନେ ଏବେ ସବୁଠାରୁ ଅଧିକ ସ୍ମାର୍ଟଫୋନର ବ୍ୟବହାର କରୁଛନ୍ତି । ଏନେଇ ଏକ ରିସର୍ଚ୍ଚରୁ ଜଣାପଡ଼ିଛି । ଭାରତୀୟ ୟୁଜର୍ସ ମାନେ ଗେମ୍ ଖେଳିବାରେ ଅଧିକ ସମୟ ବିତାଉଛନ୍ତି ।

ମୋବାଇଲ୍ ଆପ୍ ଆନାଲିଷ୍ଟ୍ କମ୍ପାନୀ ଆପ୍ ମନିର ଏକ ରିପୋର୍ଟ ମୁତାବକ, ଇଣ୍ଡୋନେସିୟା ସର୍ବାଧିକ ସମୟ ୫.୫ ଘଣ୍ଟା ସହିତ ମୋବାଇଲ୍ ବ୍ୟବହାର କରିବାରେ ଆଗରେ ରହିଛି । ଏହାପରେ ଦ୍ୱିତୀୟରେ ରହିଛି ବ୍ରାଜିଲ୍(୫.୪ ଘଣ୍ଟା), ତୃତୀୟରେ ରହିଛି ଦକ୍ଷିଣ କୋରିୟା(୫ଘଣ୍ଟା) ଓ ଚତୁର୍ଥରେ ରହିଛି ୪.୮ଘଣ୍ଟା ସହିତ ରହିଛି ଭାରତ । ଭାରତୀୟ ୟୁଜର୍ସ ମାନେ ୨୪ ଘଣ୍ଟା ମଧ୍ୟରୁ ୪.୮ ଘଣ୍ଟା କେବଳ ମୋବାଇଲ୍ ରେ ବିତାଇଥାନ୍ତି । ଗତ ବର୍ଷ ପ୍ରଥମ ତ୍ରଇମାସରେ ଏହି ସମୟ ୪ ଘଣ୍ଟା ଓ ବର୍ତ୍ତମାନ ଏହା ବୃଦ୍ଧି ପାଇଛି । ଏଥିରେ ଅଧିକାଂଶ ୟୁଜର୍ ରହିଛନ୍ତି ଗେମିଂରେ ।

ଏହା ବ୍ୟତୀତ ଫିନଟେକ୍ ଓ କ୍ରିପ୍ଟୋ ଆପ୍ସ ମଧ୍ୟ ଭାରତୀୟଙ୍କ ଠାରେ ଲୋକପ୍ରିୟ ରହିଛି । ସେହିପରି ଆପ୍ସ ଡାଉନଲୋଡିଂ ରେ ମଧ୍ୟ ୨୮ ପ୍ରତିଶତ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଭାରତରେ ଗେମିଂ ଆପ୍ କୁ ଲୋକେ ଅଧିକ ଡାଉନଲୋଡ୍ କରୁଥିବା ରିପୋର୍ଟରେ ଦର୍ଶାଯାଇଛି । ୨୦୨୧ର ଆପ୍ ଡାଉନଲୋଡିଂ ମାମଲାରେ ସବୁଠାରୁ ଆଗରେ ରହିଛି ଲୁଡୋ କିଙ୍ଗ । ଆପ୍ ଟି ସବୁଠାରୁ ଟପ୍ ରେ ରହିଛି

Get real time updates directly on you device, subscribe now.