fbpx

କୁଖ୍ୟାତ ମାଓନେତା କିଶନ୍ ଦା’, ପତ୍ନୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ଷୀୟାନ୍ ମାଓ ନେତା ପ୍ରଶାନ୍ତ ବୋଷ ଓରଫ ଗିରଫ କିଶନ୍ ଦା’ ଗିରଫ ହୋଇଛି । ୭୫ ବର୍ଷୀୟ କିଶନ୍ ଦା’ ଏବଂ ପତ୍ନୀଙ୍କୁ ଗିରଫ କଲା ଝାଡଖଣ୍ଡ ପୋଲିସ୍ । ସିପିଆଇ ମାଓବାଦୀ ପଲିଟିବ୍ୟୁରୋ ମେମ୍ବର ଥିଲେ କିଶନ୍ ଦା’ । କିଶନ୍ ଦା’ଙ୍କ ମୁଣ୍ଡରେ କୋଟିଏ ଟଙ୍କାର ପୁରସ୍କାର ଥିଲା । ତେବେ ଆଜି ତାକୁ ଗିରଫ କରାଯାଇଛି । ମାଓ ସଂଗଠନର ପୂର୍ବାଞ୍ଚଳ ରିଜିଅନ୍ ସଂପାଦକ ଥିଲେ କିଶନ୍ ଦା’ । ବିହାର, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦାୟିତ୍ୱରେ ଥିଲେ କିଶନ୍ ଦା’ । ପତ୍ନୀ ସିଲା ମାରାଣ୍ଡି ମଧ୍ୟ ଜଣେ ଟପ୍ ମାଓନେତା ଥିଲେ । ୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା । ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା । ଗିରଫ ପରେ ସେମାନଙ୍କୁ ରାଞ୍ଚି ଠାରେ ପଚରାଉଚରା କରାଯାଉଛି ।

Get real time updates directly on you device, subscribe now.