fbpx

ଭାରତୀୟ ରେଳରେ ୧୬୬୪ ଖାଲିପଦ: ଏମିତି କରନ୍ତୁ ଆବେଦନ

ନୂଆଦିଲ୍ଳୀ: ନିଯୁକ୍ତିର ଏକ ବଢିଆ ଅବସର ପ୍ରଦାନ କରିଛି ଭାରତୀୟ ରେଳବାଇ । ଭାରତୀୟ ରେଳବାଇ ପକ୍ଷରୁ ଉତ୍ତର ମଧ୍ୟ ରେଳବାଇରେ ୧୬୬୪ ପଦବୀ ପାଇଁ ଭର୍ତ୍ତି କରାଯିବ ବୋଲି ଜଣାପଡିଛି । ଏହା ସହିତ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତା ଦଶମ ପାଶ ରହିଛି । ଭାରତୀୟ ରେଳବାଇର ଆଧିକାରିକ ୱେବସାଇଟ ଯାଇ ଏହି ପଦବୀ ପାଇଁ ଆବେଦନ କରିହେବ । ଏହି ଆବେଦନର ଅନ୍ତିମ ତାରିଖ ୧ ଡିସେମ୍ବର ରହିଥିବା ଜଣାପଡିଛି ।

ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀ ପ୍ରାର୍ଥୀଙ୍କୁ ଦଶମରେ ଅନ୍ୟୁନ ୫୦ ପ୍ରତିଶତ ମାର୍କ ରଖିଥିବା ଦରକାର । ଦଶମ କିମ୍ବା ଏହାର ସମକକ୍ଷ ଯୁକ୍ତ ଦୁଇ ଶିକ୍ଷାରେ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ । ଏହା ସହିତ ଏନସିବିଟି କିମ୍ବା ଏହାର ସ୍ୱୀକୃତିପ୍ରାପ୍ତ କୌଣସି ସଙ୍ଗଠନରୁ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ଏହି ପଦବୀ ପାଇଁ ବୟସ ସୀମା ୧୮ରୁ ୨୪ ରଖାଯାଇଛି । ଦଶମ ଏବଂ ଆଇଟିଆଇ ମାର୍କ ଆଧାରରେ ମେରିଟରେ ପ୍ରାର୍ଥୀ ମାନଙ୍କୁ ନିଯୁକ୍ତି ଦିଆଯିବ । ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ କୌଣସି ଦେୟ ନଥିବା ବେଳେ ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ୧୦୦ ଟଙ୍କା ଦେୟ ରଖାଯାଇଛି । ଆବେଦନ କରିବା ପାଇଁ ଭାରତୀୟ ରେଳବାଇର ଆଧିକାରିକ ୱେବସାଇଟ https://www.rrcprjapprentices.in/ରେ ଛାତ୍ରଛାତ୍ରୀ ମାନେ ଆବେଦନ କରିପାରିବେ ।

Get real time updates directly on you device, subscribe now.