fbpx

(Video) ଯୁବଗୋଷ୍ଠୀଙ୍କ ନିଆରା ପ୍ରୟାସ: ରାଜଧାନୀରେ ମାଗଣାରେ ପଖାଳ ଆଉ ମାଛଭଜା ଖାଇବାକୁ ମିଳୁଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଅସହ୍ୟ ତାତିରେ ରାଜ୍ୟବାସୀ ଭୟଙ୍କର ଭାବେ ଛଟପଟ ହେଉଛନ୍ତି । ଆଜି ଦ୍ୱିପ୍ରହର ୨.୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ଛୁଇଁଛି । ଏଥିସହିତ କେନ୍ଦୁଝର, ଚାନ୍ଦବାଲି, ବାଲେଶ୍ୱର ଆଦି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଗତକାଲି ରାଜ୍ୟର ୧୪ଟି ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା । ତେବେ ଭୀଷଣ ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ଥଣ୍ଡା ପାଣି, ଲସି, ସରବତ ଓ ଆଇସକ୍ରିମ୍ ଉପରେ ଭରସା କରିଥାନ୍ତି । ଏହା ମଧ୍ୟରେ ରାଜଧାନୀରୁ ଆସିଛି ଏକ ବଡ଼ ଖବର ।

ରାଜଧାନୀରେ ଏଭଳି ସ୍ଥାନ ରହିଛି ଯେଉଁଠାରେ ମାଗଣାରେ ପଖାଳ ଆଉ ମାଛଭଜା ଖାଇବାକୁ ମିଳୁଛି । କିଛି ସାଙ୍ଗ ମିଶି ରାସ୍ତାକଡ଼ରେ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି । ପ୍ରବଳ ଖରାରୁ ଲୋକମାନେ କିପରି ନିସ୍ତାର ପାଇ ପାରିବେ ସେଥିପାଇଁ ସମସ୍ତ ବାଟୋଇଙ୍କୁ ଏହି ଯୁବଗୋଷ୍ଠୀମାନେ ମାଗଣାରେ ଖାଦ୍ୟ ଯୋଗାଇ ଦେଉଛନ୍ତି । ଜନସାଧାରଣଙ୍କୁ ସେବା ଲକ୍ଷ୍ୟ ନେଇ ଏହି ଖାଦ୍ୟ ଯୋଗାଇ ଦେଉଛନ୍ତି ଯୁବପୀଢ଼ି । କିଛି ଚାକିରିଆ ଯୁବକ ଭାଇମାନେ ଏଭଳି ଏକ ମହତ୍ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆଗକୁ ଏହି କାର୍ଯ୍ୟକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ଏହି ଯୁବଗୋଷ୍ଠୀ । ପଟିଆ ଟ୍ରାଫିକ ଛକ ନିକଟରେ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି । ପ୍ରତି ଶନିବାର ଓ ରବିବାର ଦିନ ଲୋକମାନେ ମାଗଣାରେ ଖାଦ୍ୟ ପାଇ ପାରିବେ ।

Get real time updates directly on you device, subscribe now.