fbpx

ଗ୍ୟାଙ୍ଗ ରେପ୍ ମାମଲା: ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଚିତ୍ରକୂଟ ଗ୍ୟାଙ୍ଗରେପ୍ ମାମଲାର ରାୟ ପ୍ରକାଶ ପାଇଛି । ପୂର୍ବତନ ଉତ୍ତର ପ୍ରଦେଶ ମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଦସ୍ୟ ଗାୟତ୍ରୀ ପ୍ରଜାପତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରଜାପତିଙ୍କ ବ୍ୟତୀତ ଅନ୍ୟ ଦୁଇ ଆରୋପୀ ଆଶିଷ ଶୁକ୍ଲା ଓ ଅଶୋକ ତିୱାରୀଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ପ୍ରଦାନ କରାଯାଇଛି । ଏହା ସହିତ ୩ ଦୋଷୀଙ୍କୁ ୨-୨ ଲକ୍ଷର ଆର୍ଥିକ ଦଣ୍ଡାଦେଶ ମଧ୍ୟ ପ୍ରଦାନ କରାଯିବ । ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ପ୍ରଜାପତିଙ୍କୁ ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି ।

ବୁଧବାର ଏହି ତିନି ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ମାମଲାରେ ଗିରଫ ହୋଇଥିବା ବିକାଶ ବର୍ମା, ରୂପେଶ୍ୱର, ଅମରେନ୍ଦ୍ର ସିଂ ଓ ପିଣ୍ଟୁ ଓରଫ ଚନ୍ଦ୍ରପାଲଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ପୂର୍ବତନ ଖଣି ମନ୍ତ୍ରୀ ରହିଥିବା ଗାୟତ୍ରୀ ପ୍ରଜାପତି ମାମଲାର ଶୁଣାଣି ଆଗକୁ ବଢାଇବା ପାଇଁ ଯାଚିକା ଦାଖଲ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ । ଏପରିକି ଅଭିଯୁକ୍ତ ମାନେ ଏହି ମାମଲାରୁ ମୁକ୍ତ ହେବା ପାଇଁ ପୀଡିତାଙ୍କୁ ମଧ୍ୟ ଆର୍ଥିକ ପ୍ରଲୋଭନ ଦେଖାଇଥିଲେ । ପୀଡିତା ଜଣଙ୍କ ନିଜର ବୟାନ ପରିବର୍ତ୍ତନ କରିଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ୧୮ ଫେବୃୟାରୀ ୨୦୧୭ରେ ମାମଲାର ପୁନର୍ବିଚାର କରାଯାଇଥିଲା ।

Get real time updates directly on you device, subscribe now.