fbpx

ଆଫଗାନିସ୍ତାନର ନୂଆ ଶିକ୍ଷାମନ୍ତ୍ରୀଙ୍କ ‘ଜ୍ଞାନ’, କହିଲେ- ‘ଡିଗ୍ରୀର ମୂଲ୍ୟ ନାହିଁ, ଆମେ ତା ବିନା ଏଠି ପହଞ୍ଚିଛୁ’

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ନିଜ ସରକାର ଗଠନ କରିଛି । ମୁଲ୍ଲା ମହମ୍ମଦ ହସନ ଅଖଣ୍ଡଙ୍କୁ ଆଫଗାନିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ନୂଆ ସରକାର ଆସିବା ପରେ ନିଜ ନୀତିର ଘୋଷଣା କରିଛି ତାଲିବାନ୍ । ଏହାରି ମଧ୍ୟରେ ନୂଆ ଶିକ୍ଷା ମନ୍ତ୍ରୀ ମୌଲବୀ ନୁରଲ୍ଲାହ ମୁନିରଙ୍କ ଶିକ୍ଷାକୁ ନେଇ ଜ୍ଞାନବାଣୀ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସେ କହିଛନ୍ତି ଯେ , ଆଜି ତାଲିବାନ୍ ସରକାରରେ ଅଛି । କାହା ପାଖରେ କୌଣସି ଡିଗ୍ରୀ ନାହିଁ, ହେଲେ ବି ସମସ୍ତେ ମହାନ୍ । ଆଜିର ସମୟରେ ପିଏଚଡି ବା କୌଣସି ମାଷ୍ଟର ଡିଗ୍ରୀର ଆବଶ୍ୟକତା ନାହିଁ । ଡିଗ୍ରୀର କୌଣସି ମୂଲ୍ୟ ନାହିଁ ।

ତେବେ ତାଲିବାନ୍ କ୍ଷମତାକୁ ଆସିବା ପରେ ଅନେକ ପରିବର୍ତ୍ତନ କରିବା ଆରମ୍ଭ କରିଛି । କଲେଜରେ ପୁଅ ଓ ଝିଅମାନଙ୍କ ମଝିରେ ପରଦା ପକାଇଛି । କେତେକ ସ୍ଥାନରେ ଝିଅମାନଙ୍କୁ କେବଳ ବୟସ୍କ ଓ ମହିଳା ପଢ଼ାଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.