fbpx

୧୮ ବର୍ଷ ପରେ ପାକିସ୍ତାନରୁ ଫେରିଲେ ହସିନା

ନୂଆଦିଲ୍ଲୀ, ୨୭ା୧: ବିଧିର ବିଧାନ ବଡ଼ ବିଚିତ୍ର । ଦୀର୍ଘ ୧୮ ବର୍ଷ ପରେ ପାକିସ୍ତାନରୁ ନିଜ ଜନ୍ମମାଟି ଭାରତକୁ ଆଜି ଫେରିଛନ୍ତି ହସିନା ବେଗମ । ସେ ୧୮ ବର୍ଷ ପୂର୍ବେ ନିଜର ପତିଙ୍କ ସମ୍ପର୍କୀୟଙ୍କୁ ଦେଖା କରିବାକୁ ପାକିସ୍ତାନ ଯିବା ସମୟରେ ପାସପୋର୍ଟ ହଜି ଯାଇଥିଲା । ଫଳରେ ତାଙ୍କୁ ପାକିସ୍ତାନ ଜେଲରେ ରହିବାକୁ ପଡ଼ିଥିଲା । ତେବେ ଔରଙ୍ଗାବାଦ ପୋଲିସ ହସିନାଙ୍କର ପାସପୋର୍ଟ ଦାଖଲ କରିବା ପରେ ସେ ଭାରତ ଫେରିବାରେ ସକ୍ଷମ ହୋଇଥିଲେ ।

ହସିନା ବେଗମ ଉତ୍ତରପ୍ରଦେଶର ଔରଙ୍ଗାବାଦର ବାସିନ୍ଦା । ତେବେ ନିଜ ଦେଶକୁ ଫେରିବା ପରେ ବହୁତ ଶାନ୍ତି ଅନୁଭବ କରୁଛନ୍ତି ବୋଲି କହିଛନ୍ତି ୬୫ ବର୍ଷୀୟ ହସିନା । ଲାହୋରରେ ତାଙ୍କର ପାସପୋର୍ଟ ହଜିଯିବା ପରେ ୧୯ ବର୍ଷ ଧରି ସେ ପାକିସ୍ତାନ ଜେଲରେ ରହିଥିଲେ । ଜେଲରେ ସେ ବହୁତ କଷ୍ଟ ପାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ମାମଲାରେ ରିପୋର୍ଟ ଦାଖଲ କରିଥିବାରୁ ସେ ଔରଙ୍ଗାବାଦ ପୋଲିସକୁ ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.