fbpx

ଏହି ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ, ତଥାପି ସରକାର କହୁଛନ୍ତି ଲକଡାଉନ ଲାଗୁ ହେବନି

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଲେଉଟାଣିକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ବଢ଼ିବାରେ ଲାଗିଛି । ବିଶେଷ କରି ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ଏହାର ପ୍ରଭାବରେ ତୃତୀୟ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ତେବେ ଏପରି ସ୍ଥିତିରେ ଗୋଟିଏ ଦେଶରେ ଦୈନିକ ୨ ଲକ୍ଷରୁ ଅଧିକ କୋଭିଡ୍ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି । ମାତ୍ର ଦୁଃଖର କଥା ଉକ୍ତ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଲକଡାଉନ ଲାଗୁ କରିବା ନେଇ ଅଗ୍ରାହ୍ୟ କରିଦେଇଛନ୍ତି ।

ଜଣାପଡ଼ିଛି ଯେ, ବ୍ରିଟେନରେ ଗତକାଲି ୨ ଲକ୍ଷ ୧୮ ହଜାର ୭୨୪ ଜଣ ଲୋକ କୋଭିଡରେ ସଂକ୍ରମିତ ହୋଇଥିଲେ । ମାତ୍ର ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଲକଡାଉନ ପରି କଠୋର ପଦକ୍ଷେପ ଗ୍ରହଣ କରିବା ସପକ୍ଷରେ ନାହାନ୍ତି । ବତ୍ତର୍ମାନ ସ୍ଥଳେ ଲକଡାଉନ ଲାଗୁ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ସିଧାସଳଖ କହିଦେଇଛନ୍ତି । ସେ କହିଛନ୍ତି ଯେ, ଭ୍ୟାକ୍ସିନର ବୁଷ୍ଟର ଡୋଜ ଓ ଲୋଙ୍କ ସଚେତନତା ଦ୍ୱାରା କରୋନାକୁ ରୋକି ହେବ । ଆର୍ଥିକ ଗତିବିଧିରେ ବ୍ୟାଘାତ ସୃଷ୍ଟି ନକରି କୋଭିଡ-୧୯କୁ ଦେଶରେ ହ୍ରାସ କରାଯାଇ ପାରିବ ବୋଲି ସେ କହିଛନ୍ତି । ତେବେ ବ୍ରିଟେନରେ ବର୍ତ୍ତମାନ ଓମିକ୍ରନର ସଂକ୍ରମଣ ମଧ୍ୟ ଦ୍ରୁତଗତିରେ ମାଡ଼ି ଚାଲିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶରେ କଠୋର କଟକଣା ଲାଗୁ କରିବାକୁ ଏକ୍ସପର୍ଟସ ପରାମର୍ଶ ଦେଇଥିଲେ ହେଁ ସରକାର ତାହା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି । ତେବେ ବ୍ରିଟେନରେ ସଂକ୍ରମଣ ବଢ଼ୁଥିଲେ ହେଁ ମୃତ୍ୟୁ ସଂଖ୍ୟା ବଢ଼ୁନାହିଁ । ସେଥିପାଇଁ ସରକାର ଲକଡାଉନ ସପକ୍ଷରେ ନାହାନ୍ତି ବୋଲି ଦେଶର ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।

Get real time updates directly on you device, subscribe now.