fbpx

ଛାତ୍ରଛାତ୍ରୀଙ୍କ ପାଇଁ ୬ ଲକ୍ଷ ପର୍ଯ୍ୟନ୍ତ ସ୍କଲାରସିପ୍ ସୁଯୋଗ: ଜାଣନ୍ତୁ ଆପ୍ଲାଏ ପ୍ରୋସେସ୍

ନୂଆଦିଲ୍ଲୀ: କରୋନା କାରଣରୁ ଅଧିକାଂଶ ଲୋକ ଚାକିରି ହରାଇବା ସହ ଜୀବନ ଜୀବିକା ବହୁମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଏପରି ସ୍ଥଳେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍ ବହୁତ ଫାଇଦା ଦେଇଥାଏ । ଆଦିତ୍ୟ ବିର୍ଲା କ୍ୟାପିଟାଲ ଲିମିଟେଡ ପକ୍ଷରୁ ୧ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓ ଗ୍ରାଜୁଏଟଙ୍କ ପାଇଁ ସ୍କଲାରସିପ୍ ପ୍ରଦାନ କରାଯାଇଥାଏ । ଯେଉଁ ପିଲାମାନେ କୋଭିଡରେ ନିଜର ପିତାମାତାଙ୍କୁ ହରାଇଥିବେ, ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଥାଏ । ଏଥିରେ ଆପ୍ଲାଏ କରିବାକୁ ହେଲେ ପ୍ରାର୍ଥୀ ୧ମରୁ ଗ୍ରାଜୁଏସନ ମଧ୍ୟରେ ବର୍ତ୍ତମାନ ପାଠ ପଢ଼ୁଥିବା ଆବଶ୍ୟକ । ଏହି ସ୍କଲାରସିପରେ ଛାତ୍ରଛାତ୍ରୀଙ୍କୁ ୬୦ ହଜାର ଟଙ୍କା ଦିଆଯାଇଥାଏ । ଏଥିପାଇଁ ଆବେଦନ କରିବାର ଅନ୍ତିମ ତାରିଖ ରହିଛି ଆସନ୍ତା ୩୧ ତାରିଖ ।

ସେହିପରି ଡିୱାଇଏସଏଲ-ଏଆଇ ବେଙ୍ଗାଲୁରୁ ପକ୍ଷରୁ ରିସର୍ଚ୍ଚ ସ୍କଲାରସିପ୍ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟଙ୍କୁ ପ୍ରଦାନ କରାଯାଇଥାଏ । ୨୮ ବର୍ଷରୁ କମ ବୟର ପିଲାମାନଙ୍କୁ ଏହି ସୁଯୋଗ ଦିଆଯାଇଥାଏ । ଆବେଦନକାରୀ ସିଏସଆଇଆର-ୟୁଜିସି (ନେଟ/ ଗେଟରେ କମ୍ପ୍ୟୁଟର ସାଇନ୍ସ କିମ୍ବା କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ଦରକାର । ଏଥିରେ ପ୍ରାର୍ଥୀଙ୍କୁ ମାସିକ ୩୧ ହଜାର ଟଙ୍କା ଲେଖାଏଁ ସ୍କଲାରସିପ୍ ମିଳିବା ସହ ଏହାର ଅନ୍ତିମ ତାରିଖ ଆସନ୍ତା ୧୬ ତାରିଖ ରହିଛି । ସେହିପରି ରିଲାଏନ୍ସ ପକ୍ଷରୁ ଗ୍ରାଜୁଏଟଙ୍କୁ ୪ ଲକ୍ଷ ଓ ପୋଷ୍ଟ ଗ୍ରାଜୁଏଟଙ୍କୁ ୬ ଲକ୍ଷ ଟଙ୍କାର ସ୍କଲାରସିପ୍ ଦିଆଯାଇଥାଏ । ଏଥିରେ ଆବେଦନର ଅନ୍ତିମ ତାରିଖ ରହିଛି ଆସନ୍ତା ଫେବୃଆରୀ ୧୪ ତାରିଖ ।

Get real time updates directly on you device, subscribe now.