fbpx

ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ, ଜାଣନ୍ତୁ କ’ଣ ରହିଛି କାରଣ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେଲା ଭୁବନେଶ୍ୱରର ମାର୍କେଟ ବିଲ୍ଡିଂ । ଜଣେ ଉଠାଦୋକାନୀ ମାର୍କେଟ୍‌ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେବାରୁ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଏହି ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତି ନେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଯେପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେଇଛି ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଅପରପକ୍ଷରେ ବୁଧବାର ଦିନ ୧୧ଟା ସମୟରେ ବ୍ୟବସାୟୀ ସଂଘ, ବିଏମ୍‌ସି ଅଧିକାରୀ ଓ କମିଶନରେଟ୍‌ ପୋଲିସର ବୈଠକ ବସିବ । ଏହା ପରେ ମାର୍କେଟ ବିଲ୍ଡିଂ ଖୋଲିବା ନେଇ ନିଷ୍ପତି ହେବ ।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଜନୈକ ଉଠାଦୋକାନୀ ଜଣେ ବ୍ୟବସାୟୀଙ୍କ ଗାଡ଼ି ଭାଙ୍ଗିବା ଅଭିଯୋଗ ହେବା ପରେ ଉତେଜନା ଦେଖାଦେଇଥିଲା । ବ୍ୟବସାୟୀ ସଂଘ ତରଫରୁ କୁହାଯାଇଛି ଯେ, ମାର୍କେଟ ବିଲ୍ଡିଂରେ ଦିନକୁ ଦିନ ଉଠାଦୋକାନୀଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ଉଠାଦୋକାନୀ ମାନଙ୍କ ପାଇଁ ବିଭିନ୍ନ ସମୟରେ ଅଘଟଣ ଘଟୁଛି । ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଘଟଣାସ୍ଥଳରେ କ୍ୟାପିଟାଲ ଥାନା ଆଇଆଇସି ଏବଂ ବିଏମ୍‌ସି କର୍ତୃପକ୍ଷ ପହଞ୍ଚି ବୁଝାସୁଝା କରିଥିଲେ ।

Get real time updates directly on you device, subscribe now.