fbpx

ଆଜି କଳାହାଣ୍ଡି ବନ୍ଦ ଡାକରା ଦେଲା ଆଦିବାସୀ ସଂଘ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଦିବାସୀ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ଜଣାପଡ଼ିଛି । ତେବେ ଏହା ଫଳରେ ଆଜି ସକାଳ ୭ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ଆସନ ସଂରକ୍ଷଣରେ ଉପେକ୍ଷା କରାଯାଇଥିବା ଆଦିବାସୀ ସଂଘ ଅଭିଯୋଗ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୩ ତାରିଖଷର ଅନୁସୂଚିତ ଜନଜାତି ସଂରକ୍ଷଣ ତାଲିକାରେ ତ୍ରୁଟି ଥିବା ଦର୍ଶାଇ ବଲାଙ୍ଗିରରେ ଆଦିବାସୀଙ୍କ ବିରାଟ ମେଳି ଦେଖିବାକୁ ମିଳିଥିଲା । ଆଦିବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ । ଅନୁସୂଚିତ ଜାତି ଓ ପଛୁଆ ବର୍ଗଙ୍କୁ ସଂରକ୍ଷଣରେ ଅବହେଳା କରାଯାଇଥିବା ନେଇ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପି ମଧ୍ୟ ପ୍ରତିବାଦ କରିଥିଲା । ଆଦିବାସୀମାନ ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରା କରିବା ସହ ନାରାବାଜି କରିଥିଲେ । ପ୍ରକାଶ ପାଇଥିବା ସଂରକ୍ଷଣ ତାଲିକାର ପୁନର୍ବିଚାର କରିବା ପାଇଁ ସେମାନେ ଦାବି କରିଥିଲେ ।

Get real time updates directly on you device, subscribe now.