fbpx

ପଞ୍ଚାୟତ ନିର୍ବାଚନ ପାଇଁ ୧୦ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ । ୧୦ ତାରିଖ ପୂର୍ବାହ୍ନ ୧୧ ଟା ୩୦ରେ ଭୁବନେଶ୍ୱରସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ସର୍ବଦଳୀୟ ବୈଠକ ପାଇଁ ଆହ୍ୱାନ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକରେ ନିର୍ବାଚନ ପାଇଁ ବିଚାରବିମର୍ଶ କରାଯିବ । କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ରାଜନୈତିକ ଦଳରୁ ଜଣେ ଲେଖାଏଁ କର୍ମକର୍ତ୍ତା ପ୍ରତିନିଧିତ୍ୱ କରିବା ପାଇଁ ସମସ୍ତ ରାଜନୈତିକ ଦଳର ସଭାପତି, ସମ୍ପାଦକମାନଙ୍କୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତରଫରୁ ଚିଠି ଲେଖି ଜଣାଇ ଦିଆଯାଇଛି । ଉଲ୍ଳେଖନୀୟ ଯେ ଜିଲ୍ଲା ପରିଷଦ ଗୁଡିକର କାର୍ଯ୍ୟକାଳ ଆସନ୍ତା ୨୦୨୨ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଶେଷ ହେବାକୁ ଯାଉଛି । ଏହା ପୂର୍ବରୁ ନିର୍ବାଚନ କରିବାର ନିୟମ ରହିଛି ।

Get real time updates directly on you device, subscribe now.