fbpx

UGC ଅଧ୍ୟକ୍ଷଙ୍କ ବଡ଼ ଘୋଷଣା: ୪ ବର୍ଷିଆ ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ପରେ ସିଧାସଳଖ Ph.D କରିପାରିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ୪ ବର୍ଷିଆ ଅଣ୍ଡର ଗ୍ରାଜୁଏଟ ଡିଗ୍ରୀ ପରେ ଛାତ୍ରଛାତ୍ରୀମାନେ ସିଧାସଳଖ ପିଏଚଡି କରିପାରିବେ । ଯଦି ସେମାନଙ୍କ ପାଖରେ ୭୫ ପ୍ରତିଶତ ଅଙ୍କ ବା ସମକକ୍ଷ ଗ୍ରେଡ୍ ରହିଥିବ ତେବେ ସେମାନେ ଏଥିପାଇଁ ଯୋଗ୍ୟ ହୋଇ ପାରିବେ । ଏଥିସହିତ ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ)ରେ ୪ ବର୍ଷିଆ ସ୍ନାତକ ଡିଗ୍ରୀ ଧାରୀ ଛାତ୍ରଛାତ୍ରୀମାନେ ସିଧାସଳଖ ପ୍ରବେଶ କରିପାରିବେ । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅଧ୍ୟକ୍ଷ ଏମ. ଜଗଦେଶ କୁମାର ଏନେଇ ଏକ ବଡ଼ ଘୋଷଣା କରିଛନ୍ତି ।

ଛାତ୍ରଛାତ୍ରୀମାନେ ଯଦି ୭୫ ପ୍ରତିଶତ ନମ୍ବର ହାସଲ କରିଥିବେ ବା ସମକକ୍ଷ ଗ୍ରେଡ ରଖିଥିବେ ତେବେ ୪ ବର୍ଷିଆ ସ୍ନାତକ ଡିଗ୍ରୀ ପରେ ସେମାନେ ସିଧାସଳଖ ପିଏଚଡି କରିପାରିବେ । ୟୁଜିସି ଅଧ୍ୟକ୍ଷ ଶ୍ରୀ କୁମାର ନିୟମରେ ବଡ଼ ପରିବର୍ତ୍ତନ ନେଇ ଏହି ଘୋଷଣା କରିଛନ୍ତି । ଏଥିସହିତ ୪ ବର୍ଷର ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀ ଏବେ ସିଧାସଳଖ ନେଟ୍ ପରୀକ୍ଷାରେ ମଧ୍ୟ ସାମିଲ ହୋଇ ପାରିବେ । ୪ ବର୍ଷୀୟା ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀ ନିଜର ସ୍ନାତକ ପାଠ୍ୟକ୍ରମର କୌଣସି ବିଷୟରେ ପିଏଚଡି କରିପାରିବେ ।

ସେହିପରି ଏସଟି, ଏସଟି, ଓବିସି (ଏନସିଏଲ), ଦିବ୍ୟାଙ୍ଗ, ଆର୍ଥିକ ଦୁର୍ବଳ ବର୍ଗ ଓ ଅନ୍ୟ ଶ୍ରେଣୀର ପ୍ରାର୍ଥୀଙ୍କ ପାଇଁ ୫ ପ୍ରତିଶତ ବା ଏହାର ସମକକ୍ଷ ଗ୍ରେଡରେ ଛାଡ଼ କରାଯିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ପିଏଚଡି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ମାଷ୍ଟର ଡିଗ୍ରୀ ବାଧ୍ୟତାମୂଳକ ଥିଲା । ଏବେ ସର୍ବନିମ୍ନ ୪ ବର୍ଷୟା ବା ୮ ସେମିଷ୍ଟର ସ୍ନାତକ ଡିଗ୍ରୀ ପରେ ମୋଟ ୭୫ ପ୍ରତିଶତ ନମ୍ବର ରଖିଥିବା ପ୍ରାର୍ଥୀମାନେ ପିଏଚଡି ପାଇଁ ଯୋଗ୍ୟ ହୋଇପାରିବେ ।

Get real time updates directly on you device, subscribe now.