fbpx
BJD SKY
BJD SKY

(Video): ଧୂଆଁ ପାନୀୟ ସାଜିଲା କାଳ, ପେଟ ଏବଂ ଛାତି ଯନ୍ତ୍ରଣାରେ ଚାଲିଗଲା ଛୋଟ ପିଲାର ଜୀବନ, ଦେଖନ୍ତୁ ଭାଇରାଲ ଭିଡ଼ିଓ

BJD

ଓଡ଼ିଶା ଭାସ୍କର: ଧୂଆଁ ପାନୀୟ ସେବନ କରି ଜଣେ ଛୋଟ ପିଲାର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା କେଉଁ ଅଞ୍ଚଳର କିଛି ଜଣାପଡ଼ି ନାହିଁ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓକୁ @raunakji ନାମକ ଜଣେ ୟୁଜର ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି ।

ଏହି ଭିଡ଼ିଓରେ ଜଣେ ଛୋଟ ପିଲା ମେଳା ଲାଗିଥିବା ଏକ ସ୍ଥାନରେ ଗୋଟିଏ ଷ୍ଟଲରେ ନଜର ଆସିଛି । ଏହି ଷ୍ଟଲରେ ଦୋକାନୀ ଜଣଙ୍କ ଛୋଟ ପିଲାକୁ ଏକ ପାନୀୟ ଦେଇଥିଲେ ଯେଉଁଥିରୁ ଧୂଆଁ ବାହାରୁଥିଲା । ଏହା ପିଇବାର କିଛି ସମୟ ପରେ ପିଲାର ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା ଏବଂ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେଉଥିବାର ଦର୍ଶାଯାଇଛି । ଏହି ଭିଡ଼ିଓକୁ @raunakji ନାମକ ଜଣେ ୟୁଜର ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଏଭଳି କୌଣସି ପ୍ରକାର ଧୂଆଁ ବାହାରୁଥିବା ଖାଦ୍ୟପେୟ ଠାରୁ ବିଶେଷ କରି ମାତା ପିତାମାନେ ସାବଧାନ ରୁହନ୍ତୁ । ଏଭଳି ପାନୀୟରେ ତରଳ ନାଇଟ୍ରୋଜେନ୍ ୧୯୬ ଡିଗ୍ରୀ ସେଲସିୟସରେ ଥଣ୍ଡା ହୋଇ ରହିଥାଏ । ଏହା ପେଟ ଯନ୍ତ୍ରଣା ଏବଂ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି କରିପାରେ । ପୂର୍ବରୁ ଏହି ‘ପବ୍‌’ରେ ଥିଲା ବର୍ତ୍ତମାନ ଷ୍ଟ୍ରିଟ୍ ଫୁଡରେ ଏହା ସାଧାରଣ ହୋଇଯାଇଛି । ’

Get real time updates directly on you device, subscribe now.