fbpx

୫୭ ବର୍ଷ ପରେ Valentines Dayରେ ହେଉଛି ଏମିତି ସଂଯୋଗ: ପ୍ରେମ ସମ୍ପର୍କ ରହିବ ସଫଳ

ନୂଆଦିଲ୍ଲୀ: ପ୍ରତିବର୍ଷ ଅପେକ୍ଷା ଚଳିତବର୍ଷର ଭାଲେଣ୍ଟାଇନ ଡେ’ ଖୁବ ସ୍ପେଶାଲ ରହିବ । ଏହିଦିନ କେବଳ ପ୍ରେମୀଯୁଗଳଙ୍କ ପାଇଁ ନୁହେଁ, ଅନ୍ୟ ସମସ୍ତ ବୟସ ବର୍ଗ ପାଇଁ ମଧ୍ୟ କିଛି ନିଆରା ଅନୁଭୂତି ଆଣିବ ଏଥରର ଭାଲେଣ୍ଟାଇନ୍ ଡେ’ । କାରଣ ୫୭ ବର୍ଷ ପରେ ଏହି ଦିନ ଏକ ବଡ଼ ସଂଯୋଗ ଘଟିବାକୁ ଯାଉଛି । ୧୯୬୭ ମସିହା ପରେ ପ୍ରଥମ ଥର ଗୋଟିଏ ଦିନରେ ପାଳନ ହେବାକୁ ଯାଉଛି ଭାଲେଣ୍ଟାଇନ ଡେ’ ଏବଂ ବସନ୍ତ ପଞ୍ଚମୀ । ତେଣୁ ଏହିଦିନ ସମସ୍ତଙ୍କ ପାଇଁ ବହୁତ ଶୁଭ ହୋଇପାରେ । ଏ ନେଇ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ସଂକେତ ଦେଇଛି ।

ଚଳିତବର୍ଷର ଭାଲେଣ୍ଟାଇନ ଡେ’କୁ ନେଇ ଜ୍ୟୋତିଷ କହିଛନ୍ତି ଯେ, ହିନ୍ଦୁ ଧର୍ମରେ ହଳଦିଆ ଗୋଲାପ ମଧ୍ୟରେ ମିତ୍ରତା ଆନନ୍ଦ ଏବଂ ଉତ୍ସାହର ପ୍ରତୀକ ହୋଇଥାଏ । ଏହିଦିନ ବସନ୍ତ ପଞ୍ଚମୀ ରହିଥିବାରୁ ଳାଲ୍ ଗୋଲାପ ଅପେକ୍ଷା ହଳଦିଆ ଗୋଲାପର ଚାହିଦା ଖୁବ ମହତ୍ତ୍ୱପୂର୍ଣ୍ଣ ରହିବ । ହଳଦିଆ ଗୋଲାପ ଉତ୍ସାହ, ଗଭୀର ବନ୍ଧୁତା ଏବଂ ବିଶ୍ୱାସର ପ୍ରତୀକ ବୋଲି କୁହାଯାଏ । ତେଣୁ ଚଳିତବର୍ଷ ଭାଲେଣ୍ଟାଇନ ଡେ’ରେ ଲାଲ ଗୋଲାପ ପରିବର୍ତ୍ତେ ହଳଦିଆ ଗୋଲାପ ଦେବା ଶୁଭ ହୋଇପାରେ । ବସନ୍ତ ପଞ୍ଚମୀ ଶିକ୍ଷା, ପ୍ରେମ, ବୁଦ୍ଧିର ପ୍ରତୀକ ହେବ । ପ୍ରତ୍ୟେକ ବ୍ୟକ୍ତିଙ୍କ ଭାବନାର ସର୍ବୋଚ୍ଚ ସ୍ତର ହେଉଛି ତାଙ୍କ ପ୍ରେମ । ଭଲ ଶିକ୍ଷା ଏବଂ ପ୍ରକୃତ ଭଲ ପାଇବା ସେହି ବ୍ୟକ୍ତିଙ୍କୁ ଜୀବନରେ ଉପରକୁ ନେଇଥାଏ । ତେଣୁ ବସନ୍ତ ପଞ୍ଚମୀ ଏବଂ ଭାଲେଣ୍ଟାଇନ ଡେ’ ଏକା ଦିନରେ ପାଳନ ହେବା ପ୍ରେମ ଏବଂ ଶିକ୍ଷାର ଶୁଭ ସଂଯୋଗ ବୋଲି କୁହାଯାଉଛି । ଏହାସହିତ ବସନ୍ତ ପଞ୍ଚମୀରେ ବିବାହ ଆଦି ସମସ୍ତ ଶୁଭ କାର୍ଯ୍ୟ ପାଇଁ ଖୁବ ଭଲ ସମୟ ରହିବ ।

ବସନ୍ତ ପଞ୍ଚମୀକୁ ଦେବୀ ସରସ୍ୱତୀଙ୍କ ଜନ୍ମଦିବସ ବୋଲି କୁହାଯାଉଥିବାରୁ ଏହିଦିନ ତାଙ୍କୁ ପୂଜା କରାଯାଏ । ତେଣୁ ଏହି ଦିନ ହଳଦିଆ ଜିନିଷ ଗୁଡ଼ିକର ବ୍ୟବହାର କରନ୍ତୁ । ଦେବୀ ସରସ୍ୱତୀଙ୍କୁ ହଳଦିଆ ଫୁଲ-ଫଳ ଅର୍ପିତ କରନ୍ତୁ ଏବଂ ଭାଲେଣ୍ଟାଇନ ଡେ’ରେ କାହାକୁ ଫୁଲ ଦେବାକୁ ଚାହୁଁଥିଲେ ତାଙ୍କୁ ଲାଲ ବଦଳରେ ହଳଦିଆ ଗୋଲାପ ଦିଅନ୍ତୁ । ବସନ୍ତ ପଞ୍ଚମୀ ଏବଂ ଭାଲେଣ୍ଟାଇନ ଡେ’ ପ୍ରେମ, ଜ୍ଞାନ, ବୁଦ୍ଧି, ଶିକ୍ଷା ଓ ଭାରତୀୟ ସଂସ୍କାରର ସଂଯୋଗରେ ଏକା ସାଙ୍ଗରେ ହୋଇଥାଏ । ଏହିଦିନରୁ ଭାରତୀୟ ପ୍ରେମ ଉତ୍ସବର ଆରମ୍ଭ ହୋଇଥାଏ ଏବଂ ବସନ୍ତ ପଞ୍ଚମୀରୁ ନେଇ ରଙ୍ଗ ପଞ୍ଚମୀ ପର୍ଯ୍ୟନ୍ତ ଚାଲିଥାଏ । ରଙ୍ଗ ପଞ୍ଚମୀ ହୋଲିର ୫ ଦିନ ପରେ ପାଳନ କରାଯିବ ।

Get real time updates directly on you device, subscribe now.