fbpx
BJD
BJD SKY
BJD SKY

ର‌୍ୟାଲି ମଝିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସାଧୁଙ୍କ ଉପରେ ପଡିଲା ନଜର, କଲେ ଏପରି କିଛି କାର୍ଯ୍ୟ ସୋସିଆଲ ମିଡିଆରେ ହେଉଛି ଭାଇରାଲ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବର୍ଦ୍ଧମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ର‌୍ୟାଲିରେ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ ଟିଏମସି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଏହି ର‌୍ୟାଲିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଯେତେବେଳେ ଏକ ର‌୍ୟାଲିକୁ ସମ୍ବୋଧିତ କରୁଥିଲେ ଏହି ସମୟରେ ତାଙ୍କ ଧ୍ୟାନ ଜଣେ ସାଧୁଙ୍କ ଉପରକୁ ଯାଇଥିଲା ଯିଏକି ଭିଡ ଭିତରେ ରୁଦ୍ରାକ୍ଷ ମାଳା ଧରି ଥିବାର ନଜର ଆସିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନଜର ତାଙ୍କ ଉପରେ ପଡିବା ପରେ ସେ ତତକ୍ଷଣାତ୍ ସାଧୁଙ୍କ ଆଡକୁ ଚାହିଁ କହିଥିଲେ, ଆପଣ ମୋ ପାଇଁ ପ୍ରସାଦ ଆଣିଛନ୍ତି କି? ଏହାପରେ ସେ କ୍ୟାମେରାମ୍ୟାନଙ୍କୁ କହିଥିଲେ କି ସାଧୁଙ୍କ ଠାରୁ ପ୍ରସାଦ ଆଣି ତାଙ୍କୁ ଦେବାକୁ । ସେ ସାଧୁଙ୍କୁ କହିଥିଲେ କି ଆପଣ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ । ଆପଣଙ୍କ ପ୍ରସାଦ ମୋତେ ମିଳିଯିବ । ଆପଣ ବହୁ ସମୟ ଧରି ହାତ ଉପରକୁ କରି ଛିଡା ହୋଇଛନ୍ତି । ଏପରି ସ୍ଥିତିରେ ଆପଣ ଥକିଯିବେ । ଏହି ବୟସରେ ଆପଣ ମୋତେ ଏତେ ଆଶୀର୍ବାଦ ଦେଉଛନ୍ତି । ମୁଁ ଆପଣଙ୍କୁ ଦୂରରୁ ପ୍ରଣାମ କରୁଛି । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ହାତ ଯୋଡି ସାଧୁଙ୍କୁ ପ୍ରଣାମ କରୁଛନ୍ତି । ସାଧୁ ମଧ୍ୟ ହାତ ଯୋଡି ତାଙ୍କୁ ପ୍ରଣାମ କରୁଛନ୍ତି । ଏହି ପୁରା ଘଟଣାର ଭିଡିଓ ଏଷବ ସାମ୍ନାକୁ ଆସିଛି । ଯାହା ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଛାଇ ଯାଇଛି । ଏହା ଉପରେ ୟୁଜର୍ସ ଅଲଗା ଅଲଗା କମେଣ୍ଟ କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.