fbpx

ଦୀର୍ଘ ୯ ବର୍ଷ ପରେ ମିଳିଲା ନ୍ୟାୟ ; ନାବାଳିକା ବଳାତ୍କାରୀକୁ ୧୪ ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର : ଦୀର୍ଘ ୯ ବର୍ଷ ପରେ ନାବାଳିକା ପୀଡିତାଙ୍କୁ ନ୍ୟାୟ ମିଳିଛି । ଶୀଘ୍ର ବିଚାର କରି ଦୋଷୀକୁ ଦଣ୍ଡ ଦେବାକୁ ଥିବା ପୋକ୍ସୋ କୋର୍ଟ ଦୀର୍ଘ ୯ ବର୍ଷରେ ଜଣେ ନାବାଳିକା ପୀଡିତାଙ୍କୁ ନ୍ୟାୟ ଦେଇଛନ୍ତି । ନାବାଳିକା ବଳାତ୍କାର ମାମଲାରେ ପୋକ୍ସୋ କୋର୍ଟ ଦୋଷୀକୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହ ୨୦ ହଜାର ଟଙ୍କା ଜୋରିମାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, କଟକ ମାହାଙ୍ଗାରେ ହୋଇଥିବା ନାବାଳିକା ବଳାତ୍କାର ମାମଲାରେ କଟକ ପୋକ୍ସୋ କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି । ୨୦୧୪ ମସିହାରେ ଏହି ଘଟଣା ଘଟିଥିଲା । ଅଭିଯୁକ୍ତ ବଳାତ୍କାରୀକୁୂ ୧୪ ବର୍ଷ ଜେଲ ଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତର ନାମ କୃଷ୍ଣଚନ୍ଦ୍ର ବିଶ୍ୱାଳ । ସେ ସେହି ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।

Get real time updates directly on you device, subscribe now.