fbpx

ଭୋଟ୍ ଦେବା ପରେ ମା’ ସୋନିଆ ଗାନ୍ଧୀଙ୍କ ସହ ସେଲଫି ସେୟାର କଲେ ରାହୁଲ ଗାନ୍ଧୀ

AAKASH

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ ଭୋଟ୍ ଦେବା ପରେ ତାଙ୍କ ମା’ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ଏକ ସେଲ୍ଫି ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୁଁ ଓ ମୋ ମା’ ଭୋଟ୍ ଦେଇ ଗଣତନ୍ତ୍ରର ଏହି ମହାନ ପର୍ବରେ ଯୋଗଦାନ ଦେଲୁ । ପ୍ରଥମ ପାଞ୍ଚଟି ପର୍ଯ୍ୟାୟ ମତଦାନରେ ଭୋଟରମାନେ ମିଛ, ଘୃଣା ଓ ପ୍ରଚାରକୁ ପ୍ରତ୍ୟାଖ୍ୟାନ କରି ନିଜ ଜୀବନ ସହ ଜଡ଼ିତ ପ୍ରସଙ୍ଗକୁ ପ୍ରାଥମିକତା ଦେଇଛନ୍ତି ବୋଲି ରାହୁଲ ଗାନ୍ଧୀ ଦାବି କରିଛନ୍ତି।

ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଏବଂ ଆପଣଙ୍କ ପ୍ରତ୍ୟେକ ଭୋଟ୍ ସୁନିଶ୍ଚିତ କରିବ:

-ଖାଲି ପଡ଼ିଥିବା ୩୦ ଲକ୍ଷ ସରକାରୀ ପଦବୀ ପାଇଁ ନିଯୁକ୍ତି ଏବଂ ଯୁବବର୍ଗଙ୍କ ପାଇଁ ବାର୍ଷିକ ୧ ଲକ୍ଷ ଟଙ୍କାର ପ୍ରଥମ ସ୍ଥାୟୀ ଚାକିରି ଆରମ୍ଭ କରାଯାଉ ।

-ଗରିବ ପରିବାରର ମହିଳାଙ୍କ ଆକାଉଣ୍ଟକୁ ମାସକୁ ୮୫୦୦ ଟଙ୍କା ଆସିବା ଆରମ୍ଭ ହୋଇଥିଲା ।

– କୃଷକମାନେ ଋଣମୁକ୍ତ ହେବା ଉଚିତ ଏବଂ ସେମାନଙ୍କୁ ଫସଲଉପରେ ସଠିକ୍ ଏମଏସପି ମିଳିବା ଉଚିତ ।

-ଶ୍ରମିକମାନଙ୍କୁ ଦୈନିକ ୪୦୦ ଟଙ୍କା ମଜୁରି ମିଳିବା ଦରକାର ।

-ଆପଣଙ୍କ ଭୋଟ୍ ଆପଣଙ୍କ ଜୀବନକୁ ଉନ୍ନତ କରିବା ସହିତ ଗଣତନ୍ତ୍ର ଏବଂ ସମ୍ବିଧାନର ସୁରକ୍ଷା କରିବ ।

-ଆପଣମାନେ ସମସ୍ତେ ମଧ୍ୟ ବହୁ ସଂଖ୍ୟାରେ ଘରୁ ବାହାରକୁ ଆସନ୍ତି, ନିଜ ଅଧିକାର ଓ ନିଜ ପରିବାରର ଭବିଷ୍ୟତ ପାଇଁ ଭୋଟ୍ ଦିଅନ୍ତୁ ।

Get real time updates directly on you device, subscribe now.