fbpx

ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ: ଭିଡ଼ ଉପରେ ମାଡ଼ିଗଲା କାର୍, ଜଣେ ମୃତ

ଭୋପାଳ: ପ୍ରଥମେ ଲଖିମପୁର, ତାପରେ ଜଶପୁର ଆଉ ଏବେ ଭୋପାଳରୁ କାର୍ ଚଢ଼ିବାର ଘଟଣା ସାମନାକୁ ଆସିଛି । ଭୋପାଳରେ ଚାଲିଥିବା ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ସମୟରେ ଭିଡ଼ ଉପରେ ମାଡ଼ିଗଲା କାର୍ । ଫଳରେ ଜଣେ ଯୁବକ କାର୍ ତଳକୁ ଚାଲି ଆସିଲେ ଓ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ଏଥିସହିତ ୬ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଦୁଇ ଜଣଙ୍କ ଅବସ୍ଥାରେ ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କର ଏବେ ଚିକିତ୍ସାେ ଚାଲିଛି । ତେବେ ଏହି ଗୁରୁତରଙ୍କ ମଧ୍ୟରେ ଛୋଟ ପିଲା, ବୃଦ୍ଧ ଓ ମହିଳା ମଧ୍ୟ ରହିଛନ୍ତି । କାର୍ ଚଳାଉଥିବା ଡ୍ରାଇଭର୍ ଗାଡ଼ିକୁ ଖୁବ୍ ସ୍ପିଡ୍ ରେ ଆଣୁଥିବା ବେଳେ ଏହି ଘଟଣା ଘଟିଛି ।

ତେବେ ଏହି ଘଟଣା ପରେ ସେଠାରେ ଉତ୍ତେଜନାର ପରିସ୍ଥିତି ସଅଷ୍ଟି ହୋଇଥିଲା । ଲୋକ ମାନ କାର୍ ଡ୍ରାଇଭର୍ କୁ ଧରିବା ପାଇର୍ କାର୍ ପଛରେ ଦୌଡ଼ିବାକୁ ଲାଗିଲେ । ହେଲେ କାର୍ ନେଇ ଡ୍ରାଇଭର୍ ଫେରାର୍ ହୋଇଯାଇଛି । ତେବେ ଫେରାର୍ ହୋଇଯିବା ପରେ ଲୋକମାନେ ଏହାକୁ ନେଇ ରାସ୍ତା ମଝିରେ ଚକ୍କାଜାମ୍ କରି ଉତ୍ତେଜନା କରିବାୁକ ଲାଗିଲେ । ପୋଲିସ୍ ସେମାନଙ୍କୁ ଶାନ୍ତ ହେବାକୁ ଅପିଲ୍ କରିଥିଲା କିନ୍ତୁ ଲୋକମାନେ ମାନିନଥିଲେ । ଯାହାଫଳରେ ପୋଲିସ୍ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲା । ଆଉ ଏହାପରେ ମାହୋଲ ଆହୁରି ସରଗରମ ରହିଛି ।

Get real time updates directly on you device, subscribe now.