fbpx

ପାର୍ବଣ ଗହଳିରେ କରୋନା ସଂକ୍ରମଣ ବଢ଼ିଲା ନା କମିଲା: ସର୍ଭେ କରି ସପ୍ତାହେ ପରେ ରିପୋର୍ଟ ଦେବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପାର୍ବଣ ସମୟରେ କରୋନା ସଂକ୍ରମଣ ନେଇ ପ୍ରଶାସନ ପୂର୍ବରୁ ସଚେତନତା ଜାରି କରିଥିଲା । ବଜାର ହାଟରେ ଭିଡ଼କୁ ଏଡ଼ାଇବା ପାଇଁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅନୁରୋଧ କରାଯାଇଥିଲା । ତେବେ ଏସବୁ ପରେ ବି ଲୋକମାନେ କଟକଣାକୁ ମାନିନଥିଲେ । ତେବେ ପୂଜା ସମୟରେ ରାଜ୍ୟରେ ସଂକ୍ରମଣ ବଢ଼ିଛି ନା କମିଛି ତାହା ସପ୍ତାହେ ପରେ ଜଣାପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି ଯେ, ପୂଜା ସମୟରେ ଲୋକମାନେ ଯେପରି ଭାବେ ଭିଡ଼ ଜମାଇଥିଲେ ତାହାର ପ୍ରଭାବ ସଂକ୍ରମଣ ଉପରେ ପଡ଼ିବ । ତାହାର ପ୍ରଭାବ ସଂପର୍କରେ ଜାଣିବା ପାଇଁ ସର୍ଭେଲାନ୍ସ ଆରମ୍ଭ ହୋଇଛି, ଏକ ସପ୍ତାହ ପରେ ତାହା ସ୍ପଷ୍ଟ ହୋଇଯିବ । ତେଣୁ ଭିଡ଼କୁ ଯାଇଥିବା ଲୋକମାନେ କରୋନା ଲକ୍ଷଣ ଆସିବା ମାତ୍ରେ ପରୀକ୍ଷା କରାଇନେବା ଭଲ । ଯଦି ସଂକ୍ରମଣ ବୃଦ୍ଧି ହେଉଥିବାର ରିପୋର୍ଟ ଆସେ, ତେବେ ସର୍ଭେଲାନ୍ସକୁ ଜୋରଦାର କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.