fbpx

ଟିନା ଡାବିଙ୍କଠାରୁ ଛାଡପତ୍ର ପରେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ଅତହର ଅମିର ଖାନ୍‌, ଜାଣନ୍ତୁ କିଏ ଏହି ସୁନ୍ଦର ଯୁବତୀ

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ୟୁପିଏସ୍‌ସି ଟପର୍ ଏବଂ ଆଇଏଏସ୍ ଅଧିିକାରୀ ଟିନା ଡାବିଙ୍କ ପୁର୍ବତ୍ତନ ସ୍ୱାମୀ ଅତହର ଅମିର ଖାନ୍ ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସୂଚନା ଅନୁସାରେ ସେ ଡା. ମେହରୀନ କାଜୀଙ୍କୁ ବିବାହ କରିବେ । ନିକଟରେ ଅତହରଙ୍କ ପୁର୍ବତ୍ତନ ପତ୍ନୀ ଟିନା ଡାବି ଆଇଏଏସ୍ ଅଫିସର ପ୍ରଦୀପ ଗାୱାଣ୍ଡେଙ୍କ ସହ ବିବାହ ଦ୍ୱିତୀୟ କରିଥିଲେ। ଏବେ ଅତହର ମଧ୍ୟ ନିଜ ଜୀବନରେ ଆଗକୁ ବଢ଼ିବାକୁ ଯାଉଛନ୍ତି।

୨୦୧୫ ୟୁପିଏସ୍‌ସି ପରୀକ୍ଷାରେ ଅତହର ଦ୍ୱିତୀୟ ର‌୍ୟାଙ୍କରେ ଥିବା ବେଳେ ଟିନା ପ୍ରଥମରେ ରହିଥିଲେ। ଟ୍ରେନିଂ ସମୟରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ, ପରେ ୨୦୧୮ ମସିହାରେ, ଦୁହେଁ ବିବାହ କରିଥିଲେ।ତା’ପରେ ଟିନା କହିଥିଲେ ଯେ ସେ ପ୍ରଥମ ଦେଖାରେ ଅତରଙ୍କୁ ପ୍ରେମ କରିଥିଲେ। କିନ୍ତୁ ସେମାନଙ୍କର ସମ୍ପର୍କ ଅଧିକ ଦିନ ତିଷ୍ଠି ପାରି ନଥିଲା। ୨୦୨୦ ମସିହାରେ ଉଭୟ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଯେଉଁଥିରେ ଅଗଷ୍ଟ ୨୦୨୧ କୋର୍ଟଙ୍କ ମୋହର ଲାଗିଥିଲା।

ଏବେ ଅତହର ଡା. ମେହରୀନ କାଜୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ତେବେ ଦୁହିଁଙ୍କ ବିବାହ କେବେ ହେବ ଏହାର ତାରିଖ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ଅତହର ବର୍ତ୍ତମାନ ଶ୍ରୀନଗର ମ୍ୟୁନିସପାଲିଟି କର୍ପୋରେସନ କମିଶନର ଏବଂ ଶ୍ରୀନଗର ସ୍ମାର୍ଟ ସିଟୀ ଲିମିଟେଡର ସିଇଓ ଅଛନ୍ତି।

ଏଥି ସହିତ ଆଇଏଏସ୍ ଟିନା ଡାବି ଚଳିତ ବର୍ଷ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ। ଟିନାଙ୍କ ଆଇଏଏସ୍ ଭଉଣୀ ରିୟା ଡାବି ସୋସିଆଲ ମିଡିଆରେ ବିବାହର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଟିନାଙ୍କ ବିବାହ, ମେହେନ୍ଦୀ, ସଂଗୀତ ସମାରୋହର ଝଲକ ଦେଖିବାକୁ ମିଳିଥିଲା। ଭିଡିଓରେ ଟିନା ମଧ୍ୟ ତାଙ୍କ ଭଉଣୀ ଏବଂ ସାଙ୍ଗମାନଙ୍କ ସହିତ ନାଚୁଥିବାର ନଜର ଆସିଥିଲେ।

Get real time updates directly on you device, subscribe now.